jayashree

ବ୍ୟାଙ୍କରୁ କଢା ହେଲା ଟଙ୍କା : ମୋଟର ସାଇକେଲରେ ଆସି ରାସ୍ତାରୁ ଲୁଟି ନେଲେ ଦୁର୍ବୃତ୍ତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ଭେଙ୍ଗରାଜପୁର ଗ୍ରାମ ପଞ୍ଚାୟତ ଭେଙ୍ଗରାଜପୁର ଗ୍ରାମର ମା’ ଦୁର୍ଗା ସ୍ୱୟଂ ସହାୟକ ମହିଳା ଗୃପ ପାଇକମାଲ ଷ୍ଟେଟ ବ୍ୟାଙ୍କରୁ ୯୯ ହଜାର ଟଙ୍କା ୠଣ ବାବଦକୁ ଉଇ-ଡ୍ର କରି ଏକ ଝୁଲାମୁଣିରେ ଧରି ବ୍ୟାଙ୍କରୁ ଫେରୁଥିବା ବେଲେ ବ୍ୟାଙ୍କର ମାତ୍ର ୫୦ ମିଟର ଦୂର ପଶୁ ଡାକ୍ତରଖାନା ସାମନାରୁ ଏକ ମୋଟର ସାଇକେଲରେ ୨ ଜଣ ଦୁବୃର୍ତ୍ତ ଆସି ମହିଳାଙ୍କ ହାତରୁ ଟଙ୍କା ମୁଣି ଛଡାଇ ନେଇ ନୂଆପଡା ରାସ୍ତାରେ ଦ୍ରୁତ ଗତିରେ ପଳାଇ ଯାଇଥିଲେ । ମା’ ଦୁର୍ଗା ସ୍ୱୟଂ ସହାୟକ ମହିଳା ଗୃପର ସଭାପତି ଶ୍ରୀମତୀ ସୁଷମା ହରିପାଲ ଟଙ୍କା ମୁଣି ଧରି ବ୍ୟାଙ୍କରୁ ଆସୁଥିବା ବେଳେ ସାଙ୍ଗରେ ଗ୍ରୁପର ସଦସ୍ୟା ଶ୍ରୀମତୀ ବେଦମତି ତାଣ୍ତି ଓ ସିଆରପି କୁମାରୀ ମୀନାକ୍ଷୀ ହରିପାଲ ଆସୁଥିଲେ । ଦିନ ପ୍ରାୟ ୨ ଘଣ୍ଟା ସମୟରେ ଏ ଲୁଟ କାଣ୍ଡ ସର୍ବ ସମ୍ମୁଖରେ ଘଟିଥିଲା । ମହିଳା ଗୃପ ଥାନାକୁ ଯାଇ ଏଫ୍‌ଆଇଆର୍‌ ଦେବା ପରେ ପାଇକମାଲ ପୋଲିସ ଦଫା ୩୯୨/ ୩୪ ଆଇପିସି ଧାରାରେ ମୋକଦ୍ଦମା ରୁଜୁ କରି ଘଟଣାର ତଦନ୍ତ କରୁଛି । ଏବେ ପାଇକମାଲ ଥାନା ଅଞ୍ଚଳରେ ବ୍ୟାପକ ମାତ୍ରାରେ ଚୋରି, ଡକାୟତି ଘଟଣା ଘଟୁଥିବା ବେଳେ ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହନାଥ ମନ୍ଦିର ମୁଖ୍ୟ ଦ୍ୱାର ଭାଙ୍ଗି ଟଙ୍କା ଚୋରି ହୋଇଥିବା ବେଳେ ଏ ପର୍ଯ୍ୟନ୍ତ ଚୋରମାନଙ୍କୁ ଧରିବାରେ ପାଇକମାଲ ପୋଲିସ ସଫଳ ହୋଇ ପାରୁନାହିଁ । ପାଇକମାଲ ପୋଲିସ ଉପରେ ଲୋକଙ୍କ ଭରଷା ସଂପୂର୍ଣ୍ଣ ତୁଟି ଯାଇଛି ।

Leave A Reply

Your email address will not be published.