oum

ଲକର ଭାଙ୍ଗି ବ୍ୟାଙ୍କରୁ ଲକ୍ଷାଧିକ ଟଙ୍କା ଲୁଟ୍

jsm

ବାଙ୍କୀ : ବ୍ୟାଙ୍କରୁ ଚଉଦ ଲକ୍ଷରୁ ଅଧିକ ଟଙ୍କା ଚୋରି । ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ ଅଧିନସ୍ତ ଡମପଡା କେନ୍ଦ୍ର ସମବାୟ ଶାଖାରୁ ଚଉଦ ଲକ୍ଷରୁ ଅଧିକ ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଛି । ଗତ ରାତିରେ କେହି ଦୁର୍ବୃତ୍ତ ବ୍ୟାଙ୍କ ଗେଟ୍ ତାଲା ଭାଙ୍ଗି ବ୍ୟାଙ୍କ ଲକର ତାଡି ସବୁ ଟଙ୍କା ନେଇଯାଇଥିବା ସହ ସିସିଟିଭି ହାର୍ଡ୍‌ ଡିସ୍କ ନେଇ ଯାଇଥିବା କହିଛନ୍ତି ବ୍ୟାଙ୍କ ମ୍ୟାନେଜର ରମେଶ ଚନ୍ଦ୍ର ମହାପାତ୍ର । ସୂଚନା ଥାଉକି, ସକାଳ ଦଶଟାରେ ଆସି ବ୍ୟାଙ୍କ ମ୍ୟାନେଜର ପହଂଚିଥିଲେ । ସେତେବେଳକୁ ଦେଖିଲେ ଏଭଳି ଅବସ୍ଥା ହୋଇଛି । ପରେ ପୋଲିସକୁ ଖବର ଦେବାରେ ଘଟଣା ସ୍ଥଳେ ପୋଲିସ ପହଁଚି ଚଳାଇଛି ତଦନ୍ତ ।

Leave A Reply

Your email address will not be published.