ନାବାଳକଙ୍କ ଟାଙ୍ଗିଆ ଚୋଟରେ ବୃଦ୍ଧ ମୃତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ନାବାଳକଙ୍କ ଟାଙ୍ଗିଆ ଚୋଟରେ ବୃଦ୍ଧ ମୃତ । ଏପରି ଏକ ଅଭାବନୀୟ ଘଟଣା ବଲାଙ୍ଗିର ଜିଲ୍ଳା ତୁଷୁରା ଥାନା କୋଟଗାଁ (ସିଲେଟପଡା) ଗ୍ରାମରେ ଘଟିଥିବା ସୂଚନା ମିଳିଛି । ଜଣେ ନାବାଳକ ନିଜ ପଡୋଶୀଙ୍କୁ ଟାଙ୍ଗିଆରେ ହତ୍ୟା କରିଥିବା ତୁଷୁରା ଥାନାରେ ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ, ଉକ୍ତ ଗ୍ରାମର ବୃଦ୍ଧ ତପି ନାଗ (୮୦) ଘର ପାଖରେ ଥିବା ବରଗଛ ତଳେ ଶୋଇଥିବା ବେଳେ ପଡୋଶୀ ନାବାଳକ ଜଣକ ଏକ ଟାଙ୍ଗିଆରେ ତଣ୍ଟି କାଟି ଦେଇଥିଲା । ଫଳରେ ଘଟଣାସ୍ଥଳରେ ତପିଙ୍କମୃତ୍ୟୁ ହୋଇଥିଲା । ସୂଚନା ପାଇ ତୁଷୁରା ଥାନାଧିକାରୀ ସଞ୍ଜୀବ ପ୍ରଧାନ, ଥାନାର କର୍ମଚାରୀ, ଏସ୍‌ଡିପିଓ ପ୍ରଦୀପ କୁମାର ସାହୁଙ୍କ ସହ ସାଇଣ୍ଟିଫିକ୍‌ ଟିମ୍‌ ଉକ୍ତ ଗ୍ରାମକୁ ଯାଇ ନାବାଳକଙ୍କୁ ଅଟକ ରଖିବା ସହ ଶବକୁ ବ୍ୟବଚ୍ଛେଦ ପାଇଁ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ୍ ଓ ହସପିଟାଲକୁ ପଠାଇ ଦିଆଯାଇ ଥିବା ଖବର ମିଳିଛି । ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ଜଣାପଡିଛି ।

Leave A Reply

Your email address will not be published.