jayashree

ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟରେ ଆତ୍ମସୁରକ୍ଷା ତାଲିମର ଉଦ୍‌ଯାପନୀ ଉତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟର ସମ୍ମେଳନ ପ୍ରକୋଷ୍ଠରେ ଛାତ୍ରୀମାନଙ୍କ ପାଇଁ ଆତ୍ମସୁରକ୍ଷା ତାଲିମର ଉଦ୍‌ଯାପନୀ ଉତ୍ସବ ଅଧ୍ୟକ୍ଷ ଲଳିତ ମୋହନ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମଟି ଗତ ଜାନୁଆରୀ ୧୨ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ଚାଲିଥିଲା । ଏହି କାର୍ଯ୍ୟକ୍ରମରେ ଛାତ୍ରୀମାନଙ୍କୁ ଆତ୍ମସୁରକ୍ଷା ପାଇଁ ବିଭିନ୍ନ ପ୍ରକାରର ତାଲିମ ଦିଆ ଯାଇଥିଲା ଏବଂ ଏହାର ପରିଚାଳନା ଅଧ୍ୟାପିକା ବୁନି ସାହୁ କରିଥିଲେ । ଏହି ଉଦ୍‌ଯାପନୀ ଉତ୍ସବରେ ଅଧ୍ୟକ୍ଷ ଶ୍ରୀ ପଣ୍ଡା ଛାତ୍ରୀମାନଙ୍କୁ ଯେକୌଣସି ପରିସ୍ଥିତିରେ ହାର୍ ନମାନି ଉଚ୍ଚତାର ଅଭିଳାଷ ରଖିବା ପାଇଁ ଉତ୍ସାହିତ କରିଥିଲେ । ପ୍ରଧ୍ୟାପିକା ଶ୍ରୀମତୀ ତାପିନୀ ପଣ୍ଡା ବକ୍ତା ଭାବେ ଯୋଗ ଦେଇ ଛାତ୍ରୀମାନଙ୍କୁ ଆତ୍ମସୁରକ୍ଷା ପାଇଁ ଆତ୍ମ-ବିଶ୍ୱାସ ରଖିବା ସହ ସେଫ୍‌ଟି ପିନ୍‌ ଓ ସ୍ପ୍ରେ ରଖିବା ପାଇଁ କହିଥିଲେ । ଅଧ୍ୟାପିକା ଶ୍ରୀମତୀ ଶର୍ମିଲା ପଣ୍ଡା ମଧ୍ୟ ବକ୍ତା ଭାବେ ଯୋଗ ଦେଇ ଆତ୍ମସୁରକ୍ଷା ତାଲିମକୁ ଭୁଲ୍‌ ସ୍ଥାନରେ ପ୍ରୟୋଗ ନ କରିବା ପାଇଁ ପରାମର୍ଶ ଦେଇଥିଲେ । ଏହା ପରେ ଛାତ୍ରୀ ବର୍ଷା ଏହି ତାଲିମର ଅଭିଜ୍ଞତା ଉପସ୍ଥାପନ କରିଥିଲେ ଏବଂ ସନ୍ତୋଷିନି, ସ୍ମୃତି ଓ ଶକ୍ତି ସ୍ୱରୂପା ଆତ୍ମସୁରକ୍ଷାର ଡେମୋ ଦେଖାଇଥିଲେ । ପରିଶେଷରେ ଅଧ୍ୟାପିକା ସସ୍ମିତା ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.