centurian jitm

ପିଏମ ଶ୍ରୀ ପଲ୍ଲିଶ୍ରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ସିନ୍ଧେକେଲା ଠାରେ ପ୍ରାଥମିକ ଚିକିତ୍ସା ତାଲିମ ଶିବିର

nschool

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ପିଏମ୍ ଶ୍ରୀ ପଲ୍ଲିଶ୍ରୀ ନୋଡାଲ ଉଚ୍ଚ ବିଦ୍ୟାଳୟ, ସିନ୍ଧେକେଲା ତରଫରୁ ପ୍ରାଥମିକ ଚିକିତ୍ସା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଲୋକନାଥ ମେହେର କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ । କାର୍ଯ୍ୟକ୍ରମରେ ଫାଷ୍ଟ ଏଡ଼ର ରାମ ନାରାୟଣ ଦାଶ, ପ୍ରଭାକର ଛନ୍ଦ, ଅରବିନ୍ଦ କୁମ୍ଭାର ସାଧନ କର୍ମୀ ଭାବେ ଯୋଗଦେଇ ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ ମାନଙ୍କୁ ତାଲିମ ପ୍ରଦାନ କରିଥିଲେ । ହଠାତ ମୂର୍ଚ୍ଛା ହେବା, ସାପ କାମୁଡା, ଏବଂ ନିଆଁରୁ ରକ୍ଷା ପାଇବା ପାଇଁ ପ୍ରତିରକ୍ଷାତ୍ମକ ବ୍ୟବସ୍ଥା ତଥା ହାଡ଼ ଭଙ୍ଗା, ମୁଣ୍ଡ ଫଟା, ରକ୍ତସ୍ରାବର ତତ୍କାଳ ଚିକିତ୍ସା ଓ ବ୍ୟବସ୍ଥା ସମ୍ପର୍କରେ ଡେମଷ୍ଟେସନ ମାଧ୍ୟମରେ ଜୀବନ କୌଶଳ ଶିକ୍ଷା ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମକୁ ଶିକ୍ଷକ ହିମାଂଶୁ ଭୂଷଣ ସେନାପତି ସଂଯୋଜନା କରିଥିଲେ । ଶିକ୍ଷକ ଶୁଭ୍ରଜିତ ମିଶ୍ର, ପ୍ରବାସ କୁମାର ସାହୁ, ହେରାମ ମେହେର, ରଂଜିତ ବଗର୍ତ୍ତୀ, ପରୀକ୍ଷିତ ସୁନା, ଚନ୍ଦନ ମହନ୍ତ, ବିଶ୍ୱଜିତ ରଣା, ଶିକ୍ଷୟତ୍ରୀ ନଳିନୀ ପ୍ରଭା ତଣ୍ଡିଆ, ଡୋଲେଶ୍ୱରୀ ଷଡ଼ଙ୍ଗୀ, ଅସ୍ମିତା ନାୟକ ସମେତ ସମସ୍ତ କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ଉକ୍ତ କାର୍ଯ୍ୟକ୍ରମରେ ପୂର୍ଣ୍ଣ ସହଯୋଗ କରିଥିଲେ । ପରିଶେଷରେ ବିଦ୍ୟାଳୟର ଜୁନିଅର ରେଡକ୍ରସ୍ ପରାମର୍ଶଦାତା ତପନ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.