oom

ଜରାସିଂହା ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଆତ୍ମସୁରକ୍ଷା ତାଲିମ ଶିବିର

jsmm

ଜରାସିଂହା, (କେପିଏନ୍‌ଏସ୍‌) : ଜରାସିଂହା ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଆତ୍ମସୁରକ୍ଷା ତାଲିମ ଶିବିର ଉଦ୍‌ଯାପିତ ହୋଇଯାଇଛି । ଅଧ୍ୟକ୍ଷ ବସନ୍ତ କୁମାର ମନହିରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍‌ଯାପନୀ ସଭାରେ ମୁଖ୍ୟ ଅତିଥି ଭାବେ ୧୩ ନଂ ଜୋନର ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ସୁମତି ସେଠ୍‌ ଯୋଗଦେଇ ଛାତ୍ରୀମାନଙ୍କୁ ପ୍ରତିକୁଳ ପରିସ୍ଥିତିରେ ସାହାସର ସହିତ ପରିସ୍ଥିତିକୁ ମୁକାବିଲା କରିବା ପାଇଁ ଉଦ୍‌ବୋଧନ ଦେଇଥିଲେ । ପ୍ରାଧ୍ୟାପକ ରଂଜନ କୁମାର ପାଣିଗ୍ରାହୀ ଗତ ଆଠଦିନ ବ୍ୟାପି ଚାଲିଥିବା ସୁରକ୍ଷା ତାଲିମ ଶିବିରକୁ ପରିଚାଳନା କରିଥିଲେ । ମାଷ୍ଟର ଟ୍ରେନର ଶୁଶ୍ରୀ ଅଭିନନ୍ଦା ସରାଫ ଛାତ୍ରୀମାନଙ୍କୁ ଆତ୍ମ ସୁରକ୍ଷାର ବିଭିନ୍ନ କୌଶଳ ଶିକ୍ଷା ଦେଇ ଉଦ୍‌ଯାପନୀ ସଭାରେ ତାଙ୍କ ଅଭିବ୍ୟକ୍ତିରେ କହିଥିଲେ ଯେ, ଛାତ୍ରୀମାନେ କାହାରି ଉପରେ ନିର୍ଭର ନ କରି ନିଜକୁ ଆତ୍ମନିର୍ଭରଶିଳ କରିବା ଉଚିତ । ଅଧ୍ୟକ୍ଷ ବସନ୍ତ ମନହିରା ଛାତ୍ରୀମାନଙ୍କ ଆତ୍ମ ସୁରକ୍ଷା ତାଲିମ ପାଇଥିବା କୌଶଳର ସଦୁପଯୋଗ କରି ନିଜକୁ ସୁରକ୍ଷିତ ରଖି ପାରିଲେ ସରକାରଙ୍କ ଉଦ୍ଦେଶ୍ୟ ସଫଳ ହେବ ବୋଲି କହିଥିଲେ । ମୁଖ୍ୟ ଅତିଥି ତାଲିମ ପାଇଥିବା ଛାତ୍ରୀଙ୍କୁ ପ୍ରମାଣ ପତ୍ର ପ୍ରଦାନ କରିଥିଲେ । ପ୍ରାଧ୍ୟାପକ ବିମଳ କିଶୋର ସାହୁ, ଧୋବାଇଚରଣ ପଟେଲ, ଗୋବିନ୍ଦ ମେହେର, ଅଧ୍ୟାପିକା ଶୁଭଶ୍ରୀ ସାହୁ ପ୍ରମୁଖ ମଂଚାସୀନ ଥିଲେ । ପିଇଟି ପ୍ରଶାନ୍ତ ଥନାପତି, ଡିଇଓ ବାଳଶଙ୍କର ମେହେର ଓ ଅନ୍ୟାନ୍ୟ କର୍ମଚାରୀମାନେ ସହଯୋଗ କରିଥିଲେ । ଶେଷରେ ପ୍ରାଧ୍ୟାପକ ଦୁର୍ବାଦଳ ଘିବେଲା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ମାଷ୍ଟର ଟ୍ରେନର ଅଭିନନ୍ଦା ସରାଫ ୪୮ ଜଣ ଛାତ୍ରୀଙ୍କୁ ୨୪ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ଚାଲିଥିବା ଶିବିରରେ ତାଲିମ ପ୍ରଦାନ କରିଥିଲେ ।

jittmm
Leave A Reply

Your email address will not be published.