ଶିବତଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆତ୍ମସୁରକ୍ଷା ତାଲିମ ଶିବିର ଉଦ୍‌ଯାପିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ଶିବତଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ଦୀର୍ଘ ୮ ଦିନ ଧରି ଚାଲିଥିବା ଆତ୍ମସୁରକ୍ଷା ତାଲିମ ଶିବିର ଉଦ୍‌ଯାପିତ ହୋଇଯାଇଛି । ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ କୃପାସିନ୍ଧୁ ଯୋଷୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍‌ଯାପନୀ ସଭାରେ ବଲାଙ୍ଗିର ବ୍ଲକ ଚେୟାରମେନ୍‌ ସରିତା ବାଗ ମୁଖ୍ୟଅତିଥି ଭାବେ ଯୋଗଦାନ କରି ତାଲିମପ୍ରାପ୍ତ ଛାତ୍ରୀମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରିଥିଲେ । ସଦାଇପାଲି ଗ୍ରାମ ପଂଚାୟତର ସମିତି ସଭ୍ୟ ଗୋଳାପ ବାଗ ମୁଖ୍ୟବକ୍ତା ଭାବେ ଯୋଗଦାନ କରି ଛାତ୍ରୀମାନଙ୍କୁ ଗ୍ରହଣ କରିଥିବା ତାଲିମକୁ କିପରି କାର୍ଯ୍ୟକାରୀ କରି ନିଜ ଆତ୍ମସୁରକ୍ଷା କରିପାରିବେ ତାହା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । ମାଷ୍ଟର ଟ୍ରେନର ମଧୁସ୍ମିତା ସେଠ୍‌ ଉକ୍ତ ତାଲିମ ଶିବିରରେ ଯୋଗଦାନ କରି ଛାତ୍ରୀମାନଙ୍କୁ ତାଲିମ ପ୍ରଦାନ କରିଥିଲେ । ଉଦ୍‌ଯାପନୀ ସଭାକୁ କାର୍ଯ୍ୟକ୍ରମ ସଂଯୋଜକ ତଥା ଅଧ୍ୟାପକ ସୁବ୍ରତ କୁମାର ତ୍ରୀପାଠୀ ପରିଚାଳନା କରିବା ସାଙ୍ଗେ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଅଧ୍ୟାପିକା ସବିତା ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ଗତ ୧୧ ତାରିଖ ଦିନ ଶିବତଲା ଗ୍ରାମ ପଚାଂୟତ ସରପଂଚ ଶୁଭଶାନ୍ତି ମାଝୀ ମୁଖ୍ୟଅତିଥି ଭାବେ ଯୋଗଦାନ କରି ତାଲିମ ଶିବିରକୁ ଉଦ୍‌ଘାଟନ କରିଥିଲେ । ଉକ୍ତ ୮ ଦିବସୀୟ କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଅଧ୍ୟାପକ ଓ କର୍ମଚାରୀ ମାନେ ସହଯୋଗ କରିଥିଲେ ।

Leave A Reply

Your email address will not be published.

error: Content is protected !!