ବଲାଙ୍ଗିର, (କେପିଏନ୍ଏସ୍) : ଗତ ୨୪ ତାରିଖରେ ରାଜ୍ୟ କ୍ୟାବିନେଟ ଉତ୍କର୍ଷ ଆଇଟିଆଇ ଭାବରେ ରାଜ୍ୟର ୫ଟି ସରକାରୀ ଆଇଟିଆଇକୁ ସ୍ଥାନୀତ କରାଯାଇଛି । ଯେଉଁଥିରେ ବଲାଙ୍ଗିର ସରକାରୀ ଆଇଟିଆଇ ରହିଛି । ଏହି ଯୋଜନା ଅଧିନରେ ଆଇଟିଆଇ ଗୁଡ଼ିକରେ ଆଧୁନିକ ପରୀକ୍ଷାଗାର, ସ୍ମାର୍ଟ ଶ୍ରେଣୀଗୃହ ଏବଂ ଡିଜିଟାଲ ଲର୍ଣ୍ଣି ସ୍ପେସ୍ ସମେତ ଶିଳ୍ପପାଇଁ ପ୍ରସ୍ତୁତ ଭିତ୍ତିଭୂମି ରହିବ । ଏଥିସହ ସ୍ୱ-ନିଯୁକ୍ତି ଏବଂ ନିଯୁକ୍ତି ପାଇଁ ସେମାନଙ୍କ ପାଖରେ ଉଦ୍ଯୋଗୀ ପ୍ରୋତ୍ସାହନ ଏବଂ ନିଯୁକ୍ତି ପ୍ରକୋଷ୍ଠ ମଧ୍ୟ ରହିବ । ଏହି ଯୋଜନା ମାଧ୍ୟମରେ ବୈଷୟିକ ଏବଂ ଧନ୍ଦାମୂଳକ ଶିକ୍ଷା ତଥା ତାଲିମ ବ୍ୟବସ୍ଥାକୁ ଅଧିକ ପ୍ରତିଦ୍ଵନ୍ଦିତାମୂଳକ ଏବଂ ଶିଳ୍ପ ଆବଶ୍ୟକତା ଅନୁଯାୟୀ ପ୍ରସ୍ତୁତ କରିବାର ଉଦ୍ଦେଶ୍ୟ ରହିଛି ।