jayashree

କଣ୍ଟାବାଞ୍ଜି ଏନ୍‌ଏସିରେ ତାଲାମରା ଘଟଣା : ଏନ୍‌ଏସି କାର୍ଯ୍ୟାଳୟ ଖୋଲିବାକୁ ଆସିଲେ ପୋଲିସ ଓ ଏନ୍‌ଏସି ଅଧିକାରୀ

  • ପୋଲିସ ସହ ଅଧ୍ୟକ୍ଷଙ୍କ ମୁହାଁମୁହିଁ

କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : କଣ୍ଟାବାଞ୍ଜି ଏନ୍‌ଏସି କର୍ଯ୍ୟାଳୟକୁ ଗତକାଲି ଏନ୍‌ଏସି ଅଧ୍ୟକ୍ଷ ବରିଆମ ସିଂ ସାଲୁଜା ଓ କିଛି କାଉନସିଲର ତାଲା ପକାଇଥିଲେ । ଏନ୍‌ଏସିରେ କାର୍ଯ୍ୟରତ ଥିବା ଇଓ ଗିରିଜାଶଙ୍କର ମଲ୍ଲିକ କାଉନସିଲର ମାନଙ୍କୁ ଅଣଦେଖା କରିବା ସହ ସରକାରୀ କାର୍ଯ୍ୟକ୍ରମରେ ସାମିଲ କରୁନଥିବା ସେ ଅଭିଯୋଗ କରିଥିଲା । ଏହାକୁ ନେଇ ଗତକାଲି ଜଳ ଉତ୍ସବ କାର୍ଯ୍ୟକ୍ରମ ମଧ୍ୟ ବନ୍ଦ ହୋଇଥିଲା ଓ ଉପସ୍ଥିତ ଥିବା ଅତିରିକ୍ତ ଜିଲ୍ଲାପାଳଙ୍କ ସହ ମଧ୍ୟ କଥା କଟାକଟି ହୋଇଥିଲା । ଏବେ ଏନ୍‌ଏସି କାର୍ଯ୍ୟାଳୟକୁ ତାଲା ମାରି ଅଧ୍ୟକ୍ଷ ଓ କାଉନସିଲର ମାନେ ମୁଖ୍ୟ ଫାଟକରେ ବସି ରହିଛନ୍ତି । ଜିଲ୍ଲାପାଳ ଆସି ସମସ୍ୟାର ସମାଧାନ କଲେ ଉଠିବୁ ବୋଲି ମଧ୍ୟ ଦାବି ରଖି ଏନ୍‌ଏସି ଇଓ ନାଁରେ ନାରା ବାଜି କରୁଛନ୍ତି । ଏଥିରେ ଗୋଟେ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିଛନ୍ତି । ଏସ୍‌ଡ଼ିପିଓ ଗୌର ଚରଣ ସାହୁ ଓ ଥାନା ଅଧିକାରୀ ରଶ୍ମିତା ବେହେରା ମଧ୍ୟ ଉପସ୍ଥିତ ରହିଛନ୍ତି ।

Leave A Reply

Your email address will not be published.