ମାଲ୍‌ଗୋଦାମପଡାରେ ଏସ୍‌ପିିଙ୍କ ସିଧାସଳଖ ତାଗିଦ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରବାସୀଙ୍କ ସ୍ୱପ୍ନ ଲୋୟର ସୁକ୍‌ତେଲ ଜଳସେଚନ ପ୍ରକଳ୍ପ ଏବେ ପୂରଣ ହେବାକୁ ଯାଉଛି । ତେବେ ଏଥିପାଇଁ ସରକାରଙ୍କ ତରଫରୁ ବୁଡ଼ି ଅଂଚଳବାସୀଙ୍କୁ ସ୍ଥାନୀୟ ମାଲଗୋଦାମପଡା ଠାରେ ଥଇଥାନ କରିବା ପାଇଁ ବ୍ୟବସ୍ଥା କରାଯାଇଛି । ଏଣୁ ଥଇଥାନ ହୋଇଥିବା ବିସ୍ଥାପିତ ବୁଡ଼ି ଅଂଚଳବାସୀ ସେଠାରେ ଜାଗା ପାଇ ଘର ନିର୍ମାଣ କରୁଥିବା ବେଳେ ସେମାନଙ୍କ ଲୁହା ଛଡ ଚୋରି ହୋଇଥିବା ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଭିତ୍ତି କରି ବଲାଙ୍ଗିର ଏସ୍‌ପି ନୀତିନ କୁଶଲକର ନିଜ ପୁଲିସ୍‌ ଟିମ୍‌ ସହ ଘଟଣାସ୍ଥଳରେ ପହଂଚି ସ୍ଥାନୀୟ ଲୋକଙ୍କୁ ସିଧାସଳଖ ଖୋଲାଖୋଲି ତାଗିଦ୍‌ କରିଥିବା ଦେଖିବାକୁ ମିଳିଛି । ସେ କହିଛନ୍ତି ଯେ, ଏଠାରୁ ଗୋଟିଏ ପିସ୍‌ ଲୁହା ଛଡ ଚୋରି ହେଲେ ବି ଖୋଜି ଖୋଜି ଚୋରମାନଙ୍କୁ ଧରାଯିବ ଏବଂ ଜେଲ୍‌କୁ ପଠାଯିବ ।

Leave A Reply

Your email address will not be published.