centurian jitm

ରଜତଙ୍କ ମୃତ୍ୟୁ ମାମଲାର ତଦନ୍ତ ଦାୟିତ୍ୱ ନେଲା ବଲାଙ୍ଗିର ଜିଲ୍ଲା ପୋଲିସ

nschool

ବଲାଙ୍ଗିର, (କେପିଏନ୍‌ଏସ୍‌) : ରଜତଙ୍କ ମୃତ୍ୟୁ ମାମଲାର ତଦନ୍ତ ଦାୟିତ୍ୱ ନେଉ ବଲାଙ୍ଗିର ଜିଲ୍ଲା ପୋଲିସ ବୋଲି ଦାବୀ କରି ମୃତ ରଜତଙ୍କ ପରିବାର ଲୋକେ ତଥା ଗ୍ରାମବାସୀ ଆଜି ବଲାଙ୍ଗିର ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି । ବଲାଙ୍ଗିର ସହର ନିକଟସ୍ଥ ଖୁଜେନପାଲି ପାଖରୁ ଜଣେ ଯୁବକଙ୍କ ମୃତଦେହ ଗତ ଜୁନ୍‌ ମାସ ୨୫ ତାରିଖରେ ମିଳିଥିଲା । ମୃତ ଯୁବକ ଜଣକ ଅଏଁଲାଚୁଆଁ ଗ୍ରାମର ରଜତ କୁମାର ପଧାନ(୨୩) ହୋଇଥିବା ବେଳେ ଯୁବକଙ୍କୁ ହତ୍ୟା କରାଯାଇଥିବା ସଂଦେହ କରାଯାଇ ଘଟଣାର ତଦନ୍ତ କରୁଥିଲା ବଲାଙ୍ଗିର ଜିଆର୍‌ପି ପୋଲିସ । ହେଲେ ମୃତ ଯୁବକଙ୍କ ପରିବାର ଲୋକଙ୍କ ସହ ଗ୍ରାମବାସୀମାନେ ଜିଆର୍‌ପି ପୋଲିସ ତଦନ୍ତରେ ଅସନ୍ତୋଷ ପ୍ରକାଶ କରି ବଲାଙ୍ଗିର ଜିଲ୍ଲା ପୋଲିସ ତଦନ୍ତ ଦାୟିତ୍ୱ ନେବାକୁ ଦାବୀ କରିଛନ୍ତି । ସୂଚନାଯୋଗ୍ୟ ଯେ, ଗତକାଲି ଅଏଁଲାଚୁଆଁରୁ ପାଖାପାଖି ଅଧ କିଲୋମିଟର ଦୂରବର୍ତ୍ତୀ ଦାବକାନୀ ଗାଁର ଏକ କ୍ଷେତରୁ ମୃତ ରଜତଙ୍କ ସାର୍ଟ ମିଳିଥିଲା । ଏହାକୁ ନେଇ ଗ୍ରାମାବାସୀ ଏକଜୁଟ ହୋଇ ଶତାଧିକ ମହିଳା ଓ ପୁରୁଷ ମୃତ ରଜତଙ୍କ ସାର୍ଟ ମିଳିଥିବା ଜାଗାରେ ଧାରଣା ଦେଇଥିଲେ । ପରେ ବଲାଙ୍ଗିର ଜିଆର୍‌ପି ପୋଲିସ ଘଟଣା ସ୍ଥଳରେ ପହଂଚିଥିଲା । ରଜତଙ୍କ ମୃତ୍ୟୁର ୪ ଦିନ ପରେ ଗ୍ରାମବାସୀ ସଦର ଥାନା ଓ ଜିଆର୍‌ପି ଥାନାକୁ ଯାଇ ତଦନ୍ତକୁ ତ୍ୱରାନ୍ୱିତ କରିବା ପାଇଁ ଦାବୀ କରିଥିଲେ । ତେବେ ଗତକାଲି ନିକଟସ୍ଥ ଗାଁରୁ ମୃତ ରଜତଙ୍କ ସାର୍ଟ ମିଳିବା ପରେ ଗ୍ରାମବାସୀମାନେ ବଲାଙ୍ଗିର ଜିଆର୍‌ପି ପୋଲିସ ତଦନ୍ତରେ ଅସନ୍ତୋଷ ପ୍ରକାଶ କରି ବଲାଙ୍ଗିର ଜିଲ୍ଲା ପୋଲିସ ତଦନ୍ତ ଭାର ଗ୍ରହଣ କରିବାକୁ ଆଜି ଏସ୍‌ପି ରିଷିକେଶ ଖିଲାରୀଙ୍କୁ ଜଣାଇଛନ୍ତି । ଗ୍ରାମବାସୀଙ୍କ ଅନୁରୋଧ ରକ୍ଷା କରି ଏହି ଘଟଣାର ତଦନ୍ତ ଦାୟିତ୍ୱ ବଲାଙ୍ଗିର ଜିଲ୍ଲା ପୋଲିସ ଗ୍ରହଣ କରିଥିବା ବେଳେ ଏସ୍‌ପି ଶ୍ରୀ ଖିଲାରୀ ତଦନ୍ତ ପାଇଁ ଅଧିକାରୀଙ୍କୁ ନିର୍ଦେଶ ଦେଇଥିବା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁରେଶ କୁମାର ନାଏକ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.