ମା’ ତାରାତାରିଣୀଙ୍କ ଚୈତ୍ର ପର୍ବରେ ସ୍ୱେଚ୍ଛାସେବୀଙ୍କ ମହନୀୟ ସେବା ପ୍ରଶଂସନୀୟ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର ସ୍ଥିତ ପୂର୍ଣ୍ଣଗିରିଶିଖର ଶୀର୍ଷରେ ଅବସ୍ଥାନ କରିଥିବା ଓଡ଼ିଶାର ବୃହତ୍ତମ ଶକ୍ତିପୀଠ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ ଚତୁର୍ଥ ପାଳି ସମାହିତ ହୋଇଯାଇଛି । ଆଦ୍ୟାଶକ୍ତି ଭାବେ ପୂଜିତ ମା’ଙ୍କ ଏହି ଚୈତ୍ର ପର୍ବରେ ଭକ୍ତମାନଙ୍କ ନିମନ୍ତେ ସହଯୋଗ ରକ୍ଷା ସାଂଗକୁ ଛତ୍ରପୁରର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ବହୁ ସଦସ୍ୟ ଏବଂ କର୍ମକର୍ତ୍ତାମାନଙ୍କର ସକ୍ରିୟ ଅଂଶଗ୍ରହଣ ତାଙ୍କର ମହନୀୟ ସେବା ବିଭିନ୍ନ ମହଲରେ ବେଶ ପ୍ରଶଂସନୀୟ ହୋଇଛି ।

ଚୈତ୍ରମାସର ଶେଷ ପାଳିରେ ମଧ୍ୟ ପୂର୍ବପରି ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ତାରାତାରିଣୀଙ୍କ ପାଖକୁ ବିଭିନ୍ନ ସ୍ଥାନରୁ ଶ୍ରଦ୍ଧାଳୁମାନଙ୍କର ସୁଅ ଛୁଟିଥିଲା । ପୂର୍ବ ପାଳିରେ ହୋଇଥିବା ଭିଡ ତଥା ପ୍ରବଳ ରୌଦ୍ରତାପକୁ ନଜରରେ ରଖି ତୃତୀୟ ପାଳିରେ ସ୍ୱେଚ୍ଛାସେବୀଙ୍କୁ ଭକ୍ତଙ୍କ ଭିଡ଼ ଉପରେ ନଜର ରଖିବାକୁ ଛତ୍ରପୁର ସ୍ୱେଚ୍ଛାସେବୀମାନଙ୍କର ନେତୃତ୍ୱ ନେଉଥିବା ଏସଡ଼ିଜେଏମ୍ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର କହିଥିଲେ ଓ କେହି ଯଦି ଚେତାଶୂନ୍ୟ ହୋଇଯାଉଛନ୍ତି, ତୁରନ୍ତ ସେମାନଙ୍କର ପ୍ରାଥମିକ ଚିକିତ୍ସା କରିବା ପାଇଁ ସ୍ୱେଚ୍ଛାସେବୀ ତଥା ଫାର୍ମାସିଷ୍ଟ ରାକେଶ ରଞ୍ଜନ ପାଢ଼ୀଙ୍କୁ କୁହାଯାଇଥିଲା । ଏହି କ୍ରମରେ ଯେତେବେଳେ ଦୁଇ ଜଣ ଚେତାଶୂନ୍ୟ ହୋଇପଡିଥିଲେ, ସେହି ସମୟରେ ସେଠାରେ ଯାଇ ତୁରନ୍ତ ପହଞ୍ଚିଥିଲେ ଦିନେଶ ମହାନ୍ତି, ଆଦିତ୍ୟ, ଗଣେଶ ବେହେରା ଓ ଫାର୍ମାସିଷ୍ଟ ଶ୍ରୀ ପାଢ଼ୀ । ସେଠାରେ ସେମାନଙ୍କର ପ୍ରାଥମିକ ଚିକିତ୍ସା କରିବା ସହ ମନ୍ଦିର ଦର୍ଶନରେ ଯଥାର୍ଥ ସାହାଯ୍ୟ କରିଥିଲେ । ସେହିପରି ବ୍ରଜ ମହାରଣା, ଛନ୍ଚାଣ ବେହେରା ଓ ବି. ଶିବକୁମାର ଅସହାୟ ତଥା ପାରାଲିସିସ୍‌ ଆକ୍ରାନ୍ତ ବ୍ୟକ୍ତିଙ୍କୁ ନେଇ ସୁଚାରୁ ରୂପେ ମା’ଙ୍କ ଦର୍ଶନ କରାଇ ପ୍ରଶାସନ ଠାରେ ପ୍ରଶଂସାର ପାତ୍ର ହୋଇଥିଲେ ।

Leave A Reply

Your email address will not be published.