ବଲାଙ୍ଗିର, (କେପିଏନ୍ଏସ୍) : ସ୍ଥାନୀୟ କଲେଜ ଛକ କଲ୍ୟାଣ ମଣ୍ଡପ ପରିସର ମଧ୍ୟରେ ବଲାଙ୍ଗିର ଉଭୟ ଶାସ୍ତ୍ରୀ ନଗର ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ କନ୍ଧପକ୍ଷଲି ସ୍ୱାସ୍ଥ୍ୟ କେନ୍ଦ୍ରର ସହାୟତା କ୍ରମେ ଓ ଜାତୀୟ ସ୍ୱାସ୍ଥ୍ୟ ମିଶନର ପ୍ରତ୍ୟକ୍ଷ ତତ୍ୱାବଧାନରେ ଏକ ମେଗା ସ୍ୱାସ୍ଥ୍ୟ ଶିବିରର ଆୟୋଜନ ହୋଇଯାଇଛି । ଉପରୋକ୍ତ ସ୍ୱାସ୍ଥ୍ୟ ଯାଞ୍ଚ ଶିବିରରେ ସର୍ବମୋଟ ଏକ ଶହ ଷାଠିଏରୁ ଅଧିକ ସଫେଇ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ଯଥା, ଉଚ୍ଚ ରକ୍ତଚାପ, ସୁଗାର, ଓଜନ, ଉଚ୍ଚତା, ସାଧାରଣ ଜ୍ୱର, କାଶ, କଫ, ମୁଣ୍ଡବ୍ୟଥା (ଅଣସଂକ୍ରାମକ) ରୋଗର ଉପଯୁକ୍ତ ସ୍ୱାସ୍ଥ୍ୟ ପରୀକ୍ଷା, ଚିକିତ୍ସା ଓ ଔଷଧ ବିତରଣ କରାଯାଇଥିଲା । ଏହାକୁ ଜିଲ୍ଲାର ଚିକିତ୍ସକ ଡା. ପରିସ୍ମିତା ସାହୁ, ଡା.ସସ୍ମିତା ମିଶ୍ରଙ୍କ ତତ୍ୱାବଧାନରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ନିୟୋଜିତ ସ୍ୱାସ୍ଥ୍ୟ ନିରୀକ୍ଷକ ଦେବେଶ ରାଉତ, ଦୀପ୍ତି ରାଉତ(ନଗର ପାଳିକା) ଉଭୟ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।
ଏହି ମେଗା ସ୍ୱାସ୍ଥ୍ୟ ଶିବିର କାର୍ୟ୍ୟକ୍ରମରେ ବଲାଙ୍ଗିର ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଅନନ୍ତ ନାରାୟଣ ସିଂ ଲହାରୀ, ଉପଜିଲ୍ଲାପାଳ ଲମ୍ବଧର ଧରୁଆ, ନଗରପାଳିକା ନିର୍ବାହୀ ଅଧିକାରୀ ବିପିନ ଦୀପ, ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡା. ଭୀମ ସାହୁ, ଏନ୍ଏଚ୍ଏମ୍- ଡ଼ିପିଏଚ୍ଓ ଡା.ଦିବ୍ୟକିଶୋର ପତି, ଡ଼ିପିଏମ୍ (ଏନଏଚ୍ଏମ୍) ମୃତୁଞ୍ଜୟ ମୁଣ୍ଡ, ଏପିଏମ୍ ରାମାନୁଜ ପଣ୍ଡା ଓ ଉଭୟ ପ୍ରାଥମିକ ସ୍ବେଛାସେବୀ ଅନୁଷ୍ଠାନ ନିର୍ଦେଶକ ନେସନାଲ ପିସ ଊନିସନ (ଭାରତ ) ସତ୍ୟ ରଞ୍ଜନ ମିଶ୍ର, ରବି ରଞ୍ଜନ ପୂଜାରୀ, ସଭାପତି ରାଜେନ୍ଦ୍ର ପାଣିଗ୍ରାହୀ ପ୍ରମୁଖ ଯୋଗଦାନ କରି ଏହାକୁ ସଫଳ କରାଇବାରେ ସହଯୋଗ କରିଥିଲେ ।