ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ନୂଆ ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମର ସୋମବାର ତୃତୀୟ ଦିନରେ ମୁରିବାହାଲ ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ସ୍ୱରଚିତ କବିତା ପାଠ ଓ ରଙ୍ଗୋଲି ପ୍ରତିଯୋଗତା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ସରୋଜ କୁମାର ନାୟକଙ୍କ ସଭାପତିତ୍ୱରେ ନୋଡାଲ ଅଫିସର ତଥା ଓଡ଼ିଆ ଅଧ୍ୟାପକ ଦିଲୀପ କୁମାର ପସାୟତ ସଭାକାର୍ଯ୍ୟ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ଘନଶ୍ୟାମ ଖମାରୀ, ଭ୍ରିଙ୍ଗରାଜ ରଣା, ଛନ୍ଦା ଚରଣ ଖୁଣ୍ଟିଆ, ମୀରାବାଈ ଗଡତ୍ୟା, ଶୈଳିକା ନାଏକ, ସରିତା ରଣା, ଯଶୋସ୍ମିତା ବେହେରା ମଞ୍ଚାସିନ ଥିଲେ । ଅଧ୍ୟାପକ ଘନଶ୍ୟାମ ଖମାରୀଙ୍କ ସଂଯୋଜନାରେ ଛାତ୍ରଛାତ୍ରୀ ସ୍ୱରଚିତ କବିତା ପଠନ ଦକ୍ଷତା ଲିଖନ, ରଚନା ଲିଖନ ଓ ରଙ୍ଗୋଲି ଇତ୍ୟାଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଅଧ୍ୟାପକ ପୂର୍ଣ୍ଣଚନ୍ଦ୍ର ପଧାନ, ଫାଲଗୁନି ଦାସ, କୈଳାସ ଚନ୍ଦ୍ର ଯାନୀ, ବାବୁଲା ନାଏକ, ଶରତ ପଧାନ, ଲଳିତ ବଘାର, କୈଳାସ ଦାସ, ସୁନିତା ବଘାର ଓ ଡମ୍ବରୁ ରଣା ସହଯୋଗ କରିଥିଲେ । ଶେଷରେ ଅଧ୍ୟାପକ ପ୍ରେମଚାନ୍ଦ ତାଣ୍ଡି ଧନ୍ୟବାଦ ଦେଇଥିଲେ ।