ଅବସରପ୍ରାପ୍ତ ଯବାନଙ୍କୁ ଜନ୍ମମାଟିରେ ଭବ୍ୟ ସ୍ୱାଗତ

ଡୁଡୁକା, (କେପିଏନ୍‌ଏସ୍‌) : ଆଗଲପୁର ବ୍ଲକ ରିନବଚନ ପଞ୍ଚାୟତ ଉଚ୍ଚବାହାଲ ଗ୍ରାମରେ ଜନ୍ମିତ ସୁରେନ୍ଦ୍ର ଦୋରା ଯବାନ ଭାବେ ୨୦୦୦ ମସିହାରୁ ଗତ ୨୨ ବର୍ଷ ଧରି ଦେଶ ମାତୃକାର ସେବା କରି ଅବସର ନେଇଛନ୍ତି । ଗୁରୁବାରରୁ ସେ ଗାଁକୁ ଫେରିଥିବାରୁ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି । ଇଚ୍ଛାପୁରଠାରୁ ଉଚ୍ଚବାହାଲ ଗ୍ରାମ ପର୍ୟ୍ୟନ୍ତ ତାଙ୍କୁ ନାଚ ଗୀତରେ ସରପଞ୍ଚ ଚମ୍ପେଶ୍ୱର ଦୋରା, ଭରତ ଦୋରା, ଆର୍ମି ପାରା କମାଣ୍ଡୋ ଅଶୋକ ଭୋଇ, ବିଭୂତି ପଧାନ, ବିପ୍ରବର ଭୁଏ, ପ୍ରଦୀପ ସ୍ୱାଇଁ, ଦେବାନନ୍ଦ ପଧାନଙ୍କ ସମେତ ଶତାଧିକ ମହିଳା ଓ ପୁରୁଷ ଶୋଭାଯାତ୍ରାରେ ନେଇଥିଲେ ।

Leave A Reply

Your email address will not be published.