ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ମାଣ୍ଡୋସିଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରଥମ ବର୍ଷର ଛାତ୍ରଛାତ୍ରୀମାନଙ୍କ ସ୍ଵାଗତ ସମାରୋହ ଅଧ୍ୟକ୍ଷ ପରମେଶ୍ୱର ସାହୁଙ୍କ ସଭାପତିତ୍ଵରେ ଆୟୋଜିତ ହୋଇଯାଇଛି । ଉକ୍ତ ସଭାରେ ବରିଷ୍ଠ ଅଧ୍ୟାପକ ତେଜରାଜ ସାହୁ ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିବା ବେଳେ ଅନ୍ୟାନ୍ୟ ଅଧ୍ୟାପକ ଓ ଅଧ୍ୟାପିକମାନେ ଅଭିଭାଷଣ ଦେଇଥିଲେ । ଅଧ୍ୟାପକ ରିପନ କୁମାର ସାହୁ ମଞ୍ଚ ପରିଚାଳନା କରିଥିଲେ । ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀମାନେ ଆୟୋଜନ କରି ନିଜର ଭାଷଣ ମାଧ୍ୟମରେ ଉତ୍ସାହିତ କରିଥିଲେ । ପ୍ରଥମ ବର୍ଷର ଛାତ୍ରଛାତ୍ରୀମାନେ ଏଥିରେ ଅଂଶଗ୍ରହଣ କରି ଏହାକୁ ସଫଳ କରିଥିଲେ । ସାଂସ୍କୃତିକ ବିଭାଗ ମୁଖ୍ୟ ପିଙ୍କୁ ନାଏକ ଅନୁଷ୍ଠାନର ସମସ୍ତ ଅଧ୍ୟାପକ, ଅଧ୍ୟାପିକା କର୍ମଚାରୀ ତଥା ସମସ୍ତ ଛାତ୍ରଛାତ୍ରୀ ମାନଙ୍କ ସହଯୋଗରେ ସଫଳ ହୋଇଥିଲା । ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶେଷରେ ଅଧ୍ୟାପିକା ଜୟଶ୍ରୀ ମେହେର ଧନ୍ୟବାଦ ଦେଇଥିଲେ ।