ଜରାସିଂହା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବୃକ୍ଷ ରୋପଣ ଓ ସ୍ୱାଗତ ସମାରୋହ

ଜରାସିଂହା, (କେପିଏନ୍‌ଏସ୍‌) : ଜରାସିଂହା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁବ ରେଡକ୍ରସ ଆନୁକୁଲ୍ୟରେ ବିଦ୍ୟାଳୟ ପରିସରରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ପରିଚାଳନା କମିଟିର ପୂର୍ବତନ ଅଧ୍ୟକ୍ଷ ତଥା ବରିଷ୍ଠ ନେତା ଉମାଶଙ୍କ ସିଂ ମୁଖ୍ୟ ଅତିଥି ଭାବେ ନିମନ୍ତ୍ରିତ ହୋଇ ବୃକ୍ଷରୋପଣର ଶୁଭାରମ୍ଭ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଯୁବ ରେଡକ୍ରସ କାଉନ୍ସେଲର ତଥା ଅଧ୍ୟାପକ ଟିଙ୍କୁ ମେହେର ପରିଚାଳନା କରିଥିଲେ । ପରେପରେ ଦ୍ଵିତୀୟ ବର୍ଷର ଛାତ୍ରଛାତ୍ରୀମାନେ ପ୍ରଥମ ବର୍ଷ କଳା, ବାଣିଜ୍ୟ ଓ ବୈଷୟିକ ଶିକ୍ଷା ବିଭାଗର ଛାତ୍ରଛାତ୍ରୀ ମାନଙ୍କୁ ସ୍ୱାଗତ କରିଥିଲେ । ଅଧ୍ୟକ୍ଷ ବସନ୍ତ କୁମାର ମନହୀରାଙ୍କ ସଭାପତିତ୍ୱରେ ପରିଚାଳିତ କାର୍ଯ୍ୟକ୍ରମରେ ପ୍ରାଧ୍ୟାପକ ରଂଜନ କୁମାର ପାଣିଗ୍ରାହୀ, ଧୋବାଇ ଚରଣ ପଟେଲ, ଅଧ୍ୟାପକ ଟିଙ୍କୁ ମେହେର, ଚୁଳମଣି ମାଝି, ହୃଷିକେଶ ପଧାନ, ଅଧ୍ୟାପିକା ପ୍ରତିଭା ମୁନା, ଜ୍ୟୋତି ଶର୍ମା, ପ୍ରଶାନ୍ତ ଥନାପତି, ଡି.ଇ.ଓ. ବାଳଶଙ୍କର ମେହେର ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ଉକ୍ତ ସ୍ୱାଗତ କାର୍ଯ୍ୟକ୍ରମରେ ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କୁ ଉପହାର ପ୍ରଦାନ ପରେ ରଂଗାରଙ୍ଗ ସାଂକୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, କ୍ଷୁଦ୍ର ନାଟକ ଓ ନୃତ୍ୟ ଦ୍ଵିତୀୟ ବର୍ଷର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପରିବେଶିତ ହୋଇଥିଲା । ସ୍ୱାଗତ କାର୍ଯ୍ୟକ୍ରମକୁ ଛାତ୍ରଛାତ୍ରୀ ଶୁଭଶ୍ରୀ ଥନାପତି, ମୁନ୍‌ମୁନ୍‌ ଷଡଙ୍ଗୀ, ଦିପକ ମେହେର ପରିଚାଳନା କରିଥିବା ବେଳେ ନିବେଦିତା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତ ଅଣଶିକ୍ଷକ କର୍ମଚାରୀ ମାନେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.