
ଭାରତର ଏକତା ପ୍ରତି ସମ୍ପୂର୍ଣ୍ଣ ପ୍ରତିବଦ୍ଧତା ଘୋଷଣା କରିବା ଲାଗି ଜାମ୍ମୁ ଏବଂ କାଶ୍ମୀର ମାସ୍ ମୁଭମେଣ୍ଟର ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ

- ମୋଦୀ ସରକାରଙ୍କ ଅଧୀନରେ ଜମ୍ମୁ ଓ କଶ୍ମୀରରେ ଏକତାର ଭାବନା ରହିଛି
- ବର୍ତ୍ତମାନ ସୁଦ୍ଧା ହୁରିୟତ ସହ ଜଡ଼ିତ ପ୍ରାୟ ୧୨ଟି ସଙ୍ଗଠନ ଭାରତର ସମ୍ବିଧାନ ଉପରେ ବିଶ୍ୱାସ ରଖି ବିଚ୍ଛିନ୍ନତାବାଦରୁ ଅଲଗା ହୋଇଯାଇଛନ୍ତି
- ଏକ ଭାରତ ଶ୍ରେଷ୍ଠ ଭାରତ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କ ଦୂରଦୃଷ୍ଟିର ଏହା ଏକ ବିଜୟ
ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ଅମିତ ଶାହ ହୁରିୟତ ସହ ଜଡିତ ସଂଗଠନ ଜାମ୍ମୁ ଆଣ୍ଡ କାଶ୍ମୀର ମାସ୍ ମୁଭମେଣ୍ଟର ବିଚ୍ଛିନ୍ନତାବାଦକୁ ପ୍ରତ୍ୟାଖାନ କରିବା ଏବଂ ଭାରତ ଏକତା ପ୍ରତି ସମ୍ପୂର୍ଣ୍ଣ ପ୍ରତିବଦ୍ଧତା ଘେଷଣା କରିବାର ନିଷ୍ପତିକୁ ସ୍ୱାଗତ କରିଛନ୍ତି । ‘ଏକ୍ସ “ରେ ଏକ ପୋଷ୍ଟରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ ମୋଦୀ ସରକାର ଅଧୀନରେ ଜାମ୍ମୁ-କାଶ୍ମୀରରେ ଏକତାର ଭାବନା ଶାସନ କରୁଛି । ସେ କହିଥିଲେ ଯେ ଅନ୍ୟ ଏକ ହୁରିୟତ ସହଯୋଗୀ ସଂଗଠନ, ଜାମ୍ମୁ ଏବଂ କାଶ୍ମୀର ମାସ ମୁଭମେଣ୍ଟ, ଭାରତର ଏକତା ପ୍ରତି ସମ୍ପୂର୍ଣ୍ଣ ପ୍ରତିବଦ୍ଧତା ଘୋଷଣା କରି ବିଚ୍ଛିନ୍ନତାବାଦକୁ ପ୍ରତ୍ୟାଖ୍ୟାନ କରିଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ସେ ସେମାନଙ୍କର ପଦକ୍ଷେପକୁ ଆନ୍ତରିକତାର ସହ ସ୍ୱାଗତ କରନ୍ତି । କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ କହିଥିଲେ ଯେ ଏପର୍ଯ୍ୟନ୍ତ ହୁରିୟତ ସହ ଜଡ଼ିତ ୧୨ଟି ସଙ୍ଗଠନ ଭାରତର ସମ୍ବିଧାନ ଉପରେ ବିଶ୍ୱାସ ରଖି ବିଚ୍ଛିନ୍ନତାବାଦରୁ ଅଲଗା ହୋଇଯାଇଛନ୍ତି । ସେ କହିଥିଲେ ଯେ ଏକ ଭାରତ ଶ୍ରେଷ୍ଠ ଭାରତ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କ ଦୂରଦୃଷ୍ଟିର ଏହା ଏକ ବିଜୟ ।