ସନ-ରାଇଜ ସ୍ପୋର୍ଟ୍ସ କ୍ଳବ ପକ୍ଷରୁ ୭୭ତମ ସ୍ୱାଧୀନତା ଦିବସ ପାଳନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ମେଇନ ଷ୍ଟାଡିୟମ ସ୍ଥିତ ଭଲିବଲ ପଡିଆ ପରିସରରେ ସନ-ରାଇଜ ସ୍ପୋର୍ଟ୍ସ କ୍ଳବ ଆନୁକୂଲ୍ୟରେ ବିପୁଳ ଉତ୍ସାହ ଉଦ୍ଦୀପନା, ହର୍ଷ-ଉଲ୍ଲାସ ମଧ୍ୟରେ ୭୭ତମ ସ୍ଵାଧୀନତା ଦିବସ ସମାରୋହରେ ପାଳିତ ହୋଇଯାଇଛି । କ୍ଳବର ଉପଦେଷ୍ଟା ପୂର୍ଣ୍ଣଚନ୍ଦ୍ର ବେହେରା ଯୋଗଦେଇ ଆନୁଷ୍ଠାନିକ ଭାବେ ଜାତୀୟ ପତକା ଉତ୍ତୋଳନ କରିଥିଲେ । ସାମୂହିକ ଭାବେ ଜାତୀୟ ସଙ୍ଗୀତ ଗାନ କରି ଦେଶମାତୃକାର ଜୟଗାନର ଧ୍ୱନି, ସ୍ଲୋଗାନ ଦେଇ କ୍ରୀଡା ପ୍ରେମୀମାନଙ୍କୁ ଜାତୀୟତା ପ୍ରେମରେ ଜାଗରଣରେ ଉଦ୍‌ବୁଦ୍ଧତା ଆଣିଥିଲେ । କ୍ଳବର ଅନ୍ୟତମ ଉପଦେଷ୍ଟା ସଦାନନ୍ଦ ବେହେରା ଓ କ୍ଲବର ସମ୍ପାଦକ ରଜନୀ କାନ୍ତ ପଟ୍ଟନାୟକ କୋଷାଧ୍ୟକ୍ଷ ଲକ୍ଷ୍ମୀନାରାୟଣ ପାତ୍ର, ସୁବାଷ, କୃଷ୍ଣ, ସୁଧାକର, ମୋହନ, ରାମେୟା, ବିଜୟ, ଭାସ୍କର ସମେତ ସମସ୍ତ ସଭ୍ୟ ଉପସ୍ଥିତ ରହି ସକ୍ରିୟ ସହଯୋଗ କରିଥିଲେ ।

Leave A Reply

Your email address will not be published.

error: Content is protected !!