oom

ଜିଲ୍ଲା ବରିଷ୍ଠ ନାଗରିକ ମଂଚ ଭାରତ ବର୍ଷର ୭୬ତମ ସ୍ୱାଧୀନତା ଦିବସ ପାଳିତ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ମଂଚ ଭାରତ ବର୍ଷର ୭୬ତମ ସ୍ୱାଧୀନତା ଦିବସର ଅମୃତ ମହୋତ୍ସବ ମହାସମାରୋହରେ ପାଳନ କରିଛି । ବଲାଙ୍ଗିର ଏଲ୍‌ଆଇସି ଅଫିସ ପଛ ପଟେ ସୁନିଲ ଚନ୍ଦ୍ର ବିଶ୍ୱାଳ, ଏଡିସିନାଲ ଜେନେରାଲ ସେକ୍ରେଟେରୀଙ୍କ ଘର ସାମନାରେ ପତକା ଉତ୍ତୋଳନ କରିଥିଲେ । ମଂଚର ବୟସ୍କ ସଦସ୍ୟ ଅମର ସିଂ ମେହେର ସଂଗୀତ ଗାନ ହେଲା ସମବେତ କଣ୍ଟରେ ଓ ଶ୍ରୀ ମେହେର ଉଦ୍‌ବୋଧନ ଦେଇଥିଲେ । ଚିତ୍ତ ରଂଜନ ପଟେଲ, ପଦ୍ମ ଚରଣ ଆଚାର୍ଯ୍ୟ ମଧ୍ୟ ଉଦ୍‌ବୋଧନ ଦେଇଥିଲେ । ଚନ୍ଦ୍ର ଶଖେର ନଗରର ଅନେକ ବୁଦ୍ଧିଜୀବୀ ଓ ପଡାବାସୀ ଉପସ୍ଥିତ ରହି ଉତ୍ସାହିତ କରିଥିଲେ । ପରିଶେଷରେ ଅତିରିକ୍ତ ସାଧାରଣ ସଂପାଦକ ଶ୍ରୀ ବିଶ୍ୱାଲ ଧନ୍ୟବାଦ ଦେଇଥିଲେ । ଏହି ଉତ୍ସବ ପରିଚାଳନା କରିଥିଲେ ସଭାପତି ପ୍ରଭାକର ମିଶ୍ର । ମନୋରଂଜନ ମିଶ୍ର ସାଧାରଣ ସଂପାଦକ, ନରେନ୍ଦ୍ର କବାଟ, କୋଷାଧ୍ୟକ୍ଷ ବିନୟ ମିଶ୍ର, ସଂଗଠନ ସମ୍ପାଦକ ବିରଂଚି ହୋତା, ଉପସଭାପତି ମଲିଆ ଗଡୁଆ, ଗୋପାଳକୃଷ୍ଣ ମିଶ୍ର, ପୂର୍ଣ୍ଣଚନ୍ଦ୍ର ମେହେର, ହରେକୃଷ୍ଣ ମେହେର, ଚୁଡେନ୍ଦ୍ର ବେହେରା, ମାଥାମନୀ ପଣ୍ଡା, ଅଶୋକ ଚାନ୍ଦ, ସୁରେନ୍ଦ୍ର ନେଗୀ, ମୁନିନ୍ଦ୍ର କୁମାର ମିଶ୍ର, ପ୍ରମୋଦ ଗୁରୁ ଇତ୍ୟାଦି ଉପସ୍ଥିତ ଥିଲେ । ପରିଶେଷରେ ମିଷ୍ଟାନ୍ନ ବଣ୍ଟନ ହୋଇ ନିଜ ନିଜ ମଧ୍ୟରେ ଆନନ୍ଦରେ ସମାପ୍ତ ହେଲା ।

jittmm
Leave A Reply

Your email address will not be published.