ଜେଏସ୍‌ଏମ୍‌ ବାଣିଜ୍ୟ ମହାବିଦ୍ୟାଳୟରେ ୭୬ତମ ସ୍ୱାଧୀନତା ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଜେଏସ୍‌ଏମ୍‌, ବାଣିଜ୍ୟ ମହାବିଦ୍ୟାଳୟରେ ୭୬ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ବାମଦେବ ମିଶ୍ର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଟାଉନ ବାଳକ ଉଚ୍ଚ ବିଦ୍ୟାଳୟ, କଲେଜ ପରାର୍ମଶଦାତା ପିତବାସ ପଣ୍ଡା, କଲେଜ ଅଧ୍ୟକ୍ଷ ଶ୍ରୀକାନ୍ତ ଶର୍ମା, ବଲାଙ୍ଗିର ଜେସିଆର ସମସ୍ତ ସଭ୍ୟସଭ୍ୟା ତଥା କଲେଜର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ପୁଣି ଛାତ୍ରଛାତ୍ରୀମାନଙ୍କ ଉପସ୍ଥିତିରେ ଜାତୀୟ ପତକା ଉତ୍ତୋଳନ କରାଯାଇଥିଲା । ମୁଖ୍ୟ ଅତିଥି ବାମଦେବ ମିଶ୍ର ସ୍ୱାଧୀନତା ଦିବସ ଉପରେ ତାଙ୍କ ଭାଷଣରେ ଗଣତନ୍ତ୍ର ବଜାୟ ରଖିବା ଆମର କର୍ତ୍ତବ୍ୟ ବୋଲି ପ୍ରକାଶ କରି ଶିକ୍ଷକ ଶିକ୍ଷ୍ୟୟତ୍ରୀ ଓ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ପୁଣି କଲେଜ ମଧ୍ୟରେ ସ୍ୱାଧୀନତା ଦିବସ ଅବସରରେ ହୋଇଥିବା ପ୍ରତିଯୋଗିତାରେ ବିଜୟୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ଏହା ପରେ ୭୫ତମ ସ୍ୱାଧୀନତାର ଅମୃତ ମହୋତ୍ସବ ଅବସରରେ ଜେଏସଏମ, ବାଣିଜ୍ୟ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସ୍ଥାନୀୟ ପାଟଣାଛକ ସ୍ଥିତ ଭେଣ୍ଡିଂ ଜୋନ୍‌ଠାରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ (ଷ୍ଟ୍ରିଟ୍ ସୋ) ଆୟୋଜିତ ହୋଇଥିଲା । ୧୮୯ ବାଟାଲିୟନ ସିଆର୍‌ପି,ଫ୍‌ର କମାଣ୍ଡାଣ୍ଟ ପୱନ କୁମାର ତିୱାରୀଙ୍କ ଓ ପ୍ରଗତି ବାଦି ଖବର କାଗଜର ସାମ୍ବାଦିକ ପୁର୍ଣ୍ଣଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି ଭାବରେ ରହିଥିଲେ । ପୱନ କୁମାର ତିୱାରୀ ନିଜ ଭାଷଣରେ ଉତ୍ସାହିତ କରି କହିଥିଲେ ଯେ, ଆମ ଦେଶ ଅନେକ ଦିନରୁ ସ୍ୱାଧୀନତା ପାଇଛି ମାତ୍ର ବର୍ତ୍ତମାନ ଆମ ଦେଶକୁ ଉନ୍ନତିର ପଥରେ ଆଗେଇ ନେବାର ଆମର କର୍ତ୍ତବ୍ୟ ରହିଛି ବୋଲି ପ୍ରକାଶ କରିଥିଲେ । କଲେଜର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଲୋକଙ୍କୁ ଦେଶ ପ୍ରେମ, ଦେଶଭକ୍ତି ପୁଣି ଏକତା ଉପରେ ସଚେତନ କରିଥିଲେ । ପୁର୍ଣ୍ଣଚନ୍ଦ୍ର ପଣ୍ଡା ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ ଆପଣା ଆନନ୍ଦ ପ୍ରକାଶ କରିଥିଲେ । କଲେଜର ଅଧ୍ୟକ୍ଷ ଶ୍ରୀକାନ୍ତ ଶର୍ମା ପ୍ରକାଶ କରି କହିଥିଲେ ଯେ, ବିଗତ ଦିନଗୁଡିକରେ ସ୍ୱାଧୀନତା ଦିବସ ପାଳନ କେବଳ ଆନୁଷ୍ଠାନିକ ଭାବରେ ହେଉଥିଲା ମତ୍ର ଏହି ବର୍ଷ ପ୍ରତ୍ୟେକ ପରିବାର ମଧ୍ୟରେ ପ୍ରତ୍ୟେକ ବ୍ୟକ୍ତି ମଧ୍ୟରେ ହେଉଥିବାରୁ ଅତି ଆନନ୍ଦର ବିଷୟ ଅଟେ ।

Leave A Reply

Your email address will not be published.