ବାଲାଜୀ କଲେଜରେ ପାଳିତ ହେଲା ୭୬ତମ ସ୍ୱାଧୀନତା ଦିବସ

ବଲାଙ୍ଗିର, (କେପିଏନଏସ୍‌) : ବଲାଙ୍ଗିର ଜିଲ୍ଲା ବାଲାଜୀ କଲେଜରେ ୭୬ତମ ସ୍ୱାଧିନତା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ରୂପେ ରାଜ୍ୟସଭା ସଦସ୍ୟ ନିରଞ୍ଜନ ବିଶି, ସମ୍ମାନୀତ ଅତିଥି ରୂପେ ବରିଷ୍ଠ ରୋଟାରୀଅନ୍ ବିଷ୍ଣୁପ୍ରସାଦ କେଡିଆ ଏବଂ ବିଶେଷ ଅତିଥି ରୂପେ ବଲାଙ୍ଗିର ରୋଟାରୀ କ୍ଲବରୁ ସଞ୍ଜୟ ଅଗ୍ରୱାଲ ଓ ସୁନିଲ ଅଗ୍ରୱାଲ ଯୋଗ ଦେଇଥିଲେ । ମୁଖ୍ୟ ଅତିଥିଙ୍କ ଦ୍ଵାରା କଲେଜ ପଡିଆରେ ଜାତୀୟ ପତାକା ଉତ୍ତୋଳନ କରାଗଲା । ପତାକା ଉତ୍ତୋଳନ ଏବଂ ଜାତୀୟ ସଙ୍ଗୀତ ପରେ ସମସ୍ତ ଅତିଥି ବୃନ୍ଦ, ଶିକ୍ଷକ ଏବଂ ଛାତ୍ରଛାତ୍ରୀ ମାନଙ୍କୁ ବାଲାଜୀ ଗୃପର ମ୍ୟାନେଜିଂ ଡାଇରେକ୍ଟର କୈଳାଶ ଅଗ୍ରୱାଲ ଅଭ୍ୟର୍ଥନା ଜଣାଇଥିଲେ । କଲେଜର ମୁଖ୍ୟ ଅଧ୍ୟାପକ ସଞ୍ଜୟ ମିଶ୍ର, ଏକାଡେମୀ ଇନ୍‌ଚାର୍ଜ ଶ୍ରୀମତୀ ସ୍ଵୟଂପ୍ରଭା ମିଶ୍ର ଏବଂ ବାଲାଜୀ ଗୃପର ନିର୍ଦେଶିକା ଶ୍ରୀମତୀ ସୁଜାତା ଅଗ୍ରୱାଲ ଅତିଥି ଗଣଙ୍କୁ ସମ୍ମାନୀତ କରିଥିଲେ । ମୁଖ୍ୟ ଅତିଥି ଏବଂ ସମ୍ମାନିତ ଅତିଥିଙ୍କର ବକ୍ତବ୍ୟ ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ପ୍ରୋତ୍ସାହିତ କରିଥିଲା । ଆଜାଦୀର ଅମୃତ ମହୋତ୍ସବ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତାରେ ସଫଳତା ପାଇଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥିମାନଙ୍କ ଦ୍ଵାରା ପୁରସ୍କାର ବିତରଣ କରାଗଲା । ଏହା ପରେ କୁନି କୁନି ଛାତ୍ରଛାତ୍ରୀମାନେ ଦେଶଭକ୍ତି ସାଂସ୍କୃତିକ କାର୍ୟ୍ୟକ୍ରମ ପ୍ରଦର୍ଶନ କରିଥିଲେ । ଶ୍ରୀମତୀ ସର୍ଲି ୱିଲସନ ଓ ଶ୍ରୀମତି ଶୁଭଶ୍ରୀ ପଣ୍ଡାଙ୍କ ନେତୃତ୍ୱରେ ସମ୍ପୂର୍ଣ୍ଣ ମଞ୍ଚ ସଞ୍ଚାଳନ କାର୍ୟ୍ୟକ୍ରମ ଅତି ସୂଚାରୁ ରୂପେ ହୋଇଥିଲା । ଶ୍ରୀମତୀ ସ୍ୱୟଂପ୍ରଭା ମିଶ୍ର ଶେଷରେ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରି କାର୍ୟ୍ୟକ୍ରମକୁ ବିରାମ ଦେଇଥିଲେ ।

Leave A Reply

Your email address will not be published.