ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ସ୍ୱାଧୀନତା ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଶିଶୁ ମନ୍ଦିର ପରିସରରେ ସ୍ଥାନୀୟ ସମ୍ପାଦକ ଜନକ ଲାଲ ମେହେର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଦୀପ ପ୍ରଜ୍ୱଳନ କରି ପତାକା ଉତ୍ତୋଳନ କରି ପ୍ୟାରେଡ଼ ଉତ୍ସବ ଅଭିବାଦନ ଗ୍ରହଣ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ଯୁବରାଜ ପଧାନ ସ୍ୱାଗତ ଭାଷଣ ପ୍ରଦାନ କରି ଅତିଥି ପରିଚୟ ପ୍ରଦାନ କରିଥିଲେ । ଅନ୍ୟତମ ଅତିଥି ଭାବରେ ଗୋପାଳ ଚନ୍ଦ୍ର ମିଶ୍ର (ସହସମ୍ପାଦକ) ଯୋଗଦେଇ ଥିଲେ । ପ୍ରଦୀପ ଗୁରୁଜୀ ସଂଯୋଜନା କରିଥିଲେ । ପର୍ଯ୍ୟାୟ ପ୍ରମୁଖ ମିନତୀ ଗରୁମା ଧନ୍ୟବାଦ ଅର୍ପଣ କରିଥିଲେ । ପରେ ଘୋଷବାଦ୍ୟ ସହ ପ୍ୟାରେଡ଼ ଅନୁଷ୍ଠିତ ହୋଇଥିଲା ଏବଂ ଆଜାଦୀ କା ଅମୃତ ମହୋତ୍ସବ ପାଳନ ଅବସରରେ ତ୍ରିରଙ୍ଗା ଶୋଭାଯାତ୍ରାରେ ସମସ୍ତ ଗୁରୁଜୀ ଗୁରୁମା ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ଠିକ୍ ସେହିପରି ବିଦ୍ୟା ମନ୍ଦିର ପରିସରରେ ପୃଥିରାଜ ସାହୁ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଦୀପ ପ୍ରଜ୍ୱଳନ କରି ପତାକା ଉତ୍ତୋଳନ କରିଥିଲେ । ଚୈତନ୍ୟ ଭୋଇ ବିଦ୍ୟା ମନ୍ଦିର ପ୍ରମୁଖ ଅତିଥି ପରିଚୟ ପ୍ରଦାନ କରିଥିଲେ । କଲ୍ୟାଣ ଗୁରୁମା କାର୍ଯ୍ୟକ୍ରମର ସଂଯୋଜନା କରିଥିବା ବେଳେ ଦେବରାଜ ଗୁରୁଜୀ ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତ ଗୁରୁଜୀ ଗୁରୁମାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳତା ଲାଭ କରିଥିଲା ।

Leave A Reply

Your email address will not be published.