oom

ପାଇକମାଲ ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟରେ ୭୬ତମ ସ୍ୱାଧୀନତା ଦିବସ ପାଳନ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠାତା ତଥା ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ୭୬ତମ ସ୍ୱାଧୀନତା ଦିବସ ଅବସରରେ ତ୍ରିରଙ୍ଗା ପତାକା ଉତ୍ତୋଳନ କରିଛନ୍ତି । ବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ଶିକ୍ଷକ/ଶିକ୍ଷୟତ୍ରୀଙ୍କୁ ଉଦ୍‌ବୋଧନ ଦେଇ ଆମ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ସାରା ଭାରତ ବର୍ଷରେ ପାଳନ ହେଉଥିବା ୭୫ତମ ସ୍ୱାଧୀନତାର ଅମୃତ ମହୋତ୍ସବ ଉପରେ ଆଲୋକପାତ କରିବା ସହିତ ସ୍ୱାଧୀନତା ସଂଗ୍ରାମୀଙ୍କ ଦେଶ ପାଇଁ ବଳିଦାନ, ତ୍ୟାଗ, ଯୋଗୁଁ ଆଜି ଆମେ ଏକ ସ୍ୱାଧୀନ ଭାରତରେ ରହି ଗଣତନ୍ତ୍ର ପ୍ରତିଷ୍ଠା କରିପାରିଛୁ ବୋଲି କହିଥିଲେ । ଶ୍ରୀ ପୁରୋହିତ ମିଷ୍ଟାନ୍ନ ବଣ୍ଟନ ପରେ ଛାତ୍ରୀମାନଙ୍କ ସହିତ ଦେଶାତ୍ମବୋଧକ ସଂଗୀତର ତାଳେ ତାଳେ ନୃତ୍ୟ କରିଥିଲେ । ଆଜି ବିଦ୍ୟାଳୟରେ ଏକ ଅଦ୍ଭୁତ ପୂର୍ବ ୭୬ତମ ସ୍ୱାଧୀନତା ଦିବସ ପାଳନ ସହିତ ୭୬ତମ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ହୋଇଥିଲା ।

jittmm
Leave A Reply

Your email address will not be published.