ସୁବଲୟା, (କେପିଏନ୍ଏସ୍) : ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଲୟା ହାଇସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷୟତ୍ରୀ ସ୍ୱର୍ଣ୍ଣଲତା ବେହେରାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏବଂ ଜୁନିଅର ରେଡକ୍ରସ ସାଧନକର୍ମୀ ଚନ୍ଦ୍ରମଣି ବାଘଙ୍କ ନେତୃତ୍ୱରେ ବିଦ୍ୟାଳୟରେ ୧୫ ଦିନ ବ୍ୟାପୀ ସ୍ୱଚ୍ଛତା ସମ୍ବନ୍ଧୀୟ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଦିନରେ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ବେହେରା ଛାତ୍ରଛାତ୍ରୀ ତଥା ଶିକ୍ଷକମାନଙ୍କୁ ଓସେପାଙ୍କ ନିର୍ଦ୍ଦେଶିତ ଶପଥପାଠ କରାଇଥିଲେ । ବିଦ୍ୟାଳୟର ପରିବେଶକୁ କିଭଳି ସ୍ୱଚ୍ଛ ରଖାଯାଇ ପାରିବ ସେ ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ତାଲିମ ଦିଆଯାଇଥିଲା । ହାତଧୁଆ, ଭାଇରାଲ ଡିଜିଜରୁ ସୁରକ୍ଷା, ମ୍ୟାଲେରିଆ, ଡେଙ୍ଗୁ ରୋଗର ପ୍ରତିକାର ସମେତ କୋଭିଡ-୧୯ କରୋନା ଭାଇରସରୁ ମଣିଷ ସମାଜ କିଭଳି ସୁରକ୍ଷିତ ରହିବେ ସେ ଦିଗରେ କାର୍ଯ୍ୟ କରିବାକୁ ମତାମତ ପ୍ରକାଶ ପାଇଥିଲା । ଜୁନିଅର ରେଡକ୍ରସ ୟୁନିଟର ଛାତ୍ରଛାତ୍ରୀ ମାନେ ହାତ ଧୋଇବାର ସଫଳ ପ୍ରୟୋଗାତ୍ମକ ସୋପାନ ବିଷୟରେ ଅଭ୍ୟାସ କରିବା ସହିିତ ଘରେ ଯାଇ ନିଜ ନିଜ ପରିବାର ସଦସ୍ୟଙ୍କୁ ସେ ବିଷୟରେ ବୁଝାଇଥିଲେ । ସମାଜିକ ଦୂରତା, ମାସ୍କ ପରିଧାନ ଏବଂ ସେନିଟାଇଜର ବ୍ୟବାହାର କରିବା ଏବଂ କରୋନାକୁ ଦେଶରୁ ହଟାଇବା ସଂପର୍କରେ ସରକାରଙ୍କ ଗାଇଡଲାଇନକୁ ମାନି ଚଳିବାକୁ ସମସ୍ତେ କାର୍ଯ୍ୟ କରିବାକୁ ଆଗେଇ ଆସିଥିଲେ । କାର୍ଯ୍ୟକ୍ରମରେ ଶିକ୍ଷୟତ୍ରୀ ସମ୍ପା ବିଶ୍ୱାଳ, ଶିକ୍ଷକ ସଦାନନ୍ଦ ରଥଙ୍କ ସମସ୍ତ ଶିକ୍ଷକ ଏବଂ କର୍ମଚାରୀ ସହଯୋଗ କରିଥିଲେ । ଶେଷରେ ଶିକ୍ଷକ ପ୍ରଦୀପ ମହାନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ ।
Prev Post
Next Post