lika

ନେହେରୁ ଯୁବ କେନ୍ଦ୍ର ସଂଗଠନ ତରଫରୁ ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ

gbag

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭାରତ ସରକାରଙ୍କ ଦ୍ଵାରା ଆରମ୍ଭ କରାଯାଇଥିବା ସ୍ୱଚ୍ଛ ଭାରତ ଅଭିଯାନ ଚଳିତ ବର୍ଷ ଅକ୍ଟୋବର ୧ ତାରିଖରୁ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ନେହେରୁ ଯୁବ କେନ୍ଦ୍ର ସଂଗଠନ ତରଫରୁ ସାରା ଦେଶରେ ପାଳନ କରାଯାଉଅଛି । ସେହିପରି ଆଜି ନେହେରୁ ଯୁବ କେନ୍ଦ୍ର ସଂଗଠନ ବରଗଡ଼ର ସ୍ୱେଚ୍ଛାସେବୀ ରତିକାନ୍ତ ପଧାନଙ୍କ ନେତୃତ୍ୱରେ ଗାଇସିଲେଟ ବ୍ଲକ ଜଗଲପାଟ ଗ୍ରାମ ପଞ୍ଚାୟତର ଭାଙ୍ଗମୁଣ୍ଡା ଗ୍ରାମରେ ସ୍ୱଚ୍ଛ ଭାରତ ଅଭିଯାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଓଏଲ୍ଏମ୍ ଗାଇସିଲେଟର ବିପିଏମ୍ ମମତା ମିଶ୍ର, ବିଏଲ୍‌ସି ବଟକିଶୋର୍ ଦୀପଙ୍କ ସହଯୋଗରେ ଜଗଲପାଟ ଜିପି,ଲ୍‌,ଫ୍‌ର ସଭାନେତ୍ରୀ ଲାଏବାନି ଭୁଏ, ସମ୍ପାଦିକା ସଂଯୁକ୍ତା ଜେନାଙ୍କ ସହିତ ଭାଙ୍ଗମୁଣ୍ଡା ଗ୍ରାମର ସମସ୍ତ ସ୍ଵୟଂ ସହାୟକ ଗୋଷ୍ଠୀର ସଭ୍ୟା ଏବଂ ଭାଙ୍ଗମୁଣ୍ଡା ଗ୍ରାମର ଆଶା ଅମୁଲା ସାହୁ ମିଶି ଭାଙ୍ଗମୁଣ୍ଡା ଗ୍ରାମର ବିଭିନ୍ନ ସ୍ଥାନକୁ ସଫା କରିବା ସହିତ ସମାଜକୁ ସ୍ୱଚ୍ଛ ରହିବା ପାଇଁ ଏକ ବାର୍ତ୍ତା ଦେଇଛନ୍ତି ଏବଂ ସମସ୍ତ ନାଗରିକଙ୍କୁ ସ୍ୱଚ୍ଛ ଭାରତ ଅଭିଯାନରେ ସାମିଲ ହୋଇ ଆମ ଦେଶକୁ ସ୍ୱଚ୍ଛ ରଖିବା ପାଇଁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ।

babaa
Leave A Reply

Your email address will not be published.