om academy

ପଦ୍ମପୁରରେ ସ୍ୱଭାବ କବି ଜୟନ୍ତୀ ପାଳନ

jsm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଆରବି ହାଇସ୍କୁଲ ପ୍ରାଙ୍ଗଣରେ ଅବସ୍ଥିତ ମେହେର କବିଙ୍କ ସ୍ମୃତି ପୀଠ ପରିସରରେ ମେହେର କବି ପରିଷଦ ତରଫରୁ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ, କୋଭିଡ କଟକଣା ଭିତରେ ଏକ ନିରାଡ଼ମ୍ବର ପରିବେଶ ଭିତରେ ଅନୁଷ୍ଠିତ ହୋଇଯାଇଛି । ପରିଷଦର ସ୍ଥାୟୀ ସଭାପତି ସୁରେନ୍ଦ୍ର କୁମାର ମେହେର କବିଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ନଡିଆ ବାଡେଇ ଉତ୍ସବରେ ଉଦଘାଟନ କରିଥିଲେ । ସଭାପତି ପ୍ରଫେସର ଡଃ ପ୍ରମୋଦ କୁମାର ପାଢୀ କବିଙ୍କ ବିଭିନ୍ନ କାବ୍ୟ କବିତା ସଂପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ନାଟ୍ୟକାର ଅଶୋକ କୁମାର ବହିଦାର, ମନୋଜ ପଣ୍ତା, କରୁଣା କର ମେହେର, ସୁରେଶ ମେହେର, ଡଃ ଜୟ କେତନ ତ୍ରିପାଠୀ, ଚତୁର୍ଭୁଜ ମେହେର, ମନୋଜ ମେହେର, ରାଜେନ୍ଦ୍ର ମହାନ୍ତି, ପ୍ରୀତି ରଞ୍ଜନ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ସଂପାଦକ ଶେଷଦେବ ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.