ଜବାହରଲାଲ ସରକାରୀ ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀ ନିମିତ୍ତ ଶିଶୁ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ପୁଇନ୍ତାଲା ବ୍ଲକର ଜବାହରଲାଲ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ଶିଶୁ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ ସ୍ଵାଧୀନ ସାହୁଙ୍କ ସଭାପତିତ୍ୱରେ ସଭା ଆରମ୍ଭ କରି ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ସାମାଜିକ କର୍ମୀ ଅରୁଣ ଖୁଆସ ଶିଶୁ ସୁରକ୍ଷା ସମ୍ପର୍କିତ କିଶୋର ନ୍ୟାୟ ଆଇନ୍ ୨୦୧୫ରେ ଥିବା ବାଲ୍ୟ ବିବାହ ନିରୋଧ ଆଇନ ୨୦୦୬, ମିଶନ ବାତ୍ସଲ୍ୟ ଯୋଜନା ୨୦୨୨, ପୋଷ୍ୟ ସନ୍ତାନ ଗ୍ରହଣ ଅଧିନିୟମ ୨୦୨୨, ଜିଲ୍ଲା ଚାଇଲ୍ଡ ହେଲ୍ପ ଲାଇନର ୧୦୯୮ ଉପରେ ପୁଙ୍ଖାନୁପୁଙ୍ଖ ଭାବରେ ଜଣାଇଥିଲେ । ଏହି ଅବସରରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର ଜିଲ୍ଲା ପରାମର୍ଶଦାତା ପ୍ରମୋଦ ବଗର୍ତ୍ତି ଆଶୀର୍ବାଦ ଯୋଜନା, ଗ୍ରୀନ ପାସେଜ୍ ସାର୍ଟିଫିକେଟର ଯୋଗ୍ୟତା, ସାର୍ଟିଫିକେଟର ଉପକାରିତା, ପୃଷ୍ଠପୋଷକତା ସହାୟତା ରାଶିର ଯୋଗ୍ୟତା ଓ ଲାଭ, ଯଶୋଦା ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ଆର୍ଥିକ ସହାୟତା ଓ ଆବେଦନର ପ୍ରଣାଳୀ, ଶିଶୁଙ୍କ ଲାଳନ ପାଳନ ପାଇଁ ଫୋଷ୍ଟର କେୟାର ଉପରେ ପୁଙ୍ଖାନୁପୁଙ୍ଖ ଭାବରେ ସଚେତନତା କରିଥିଲେ । ଏହି ଅବସରରେ ଶିଶୁ ସୁରକ୍ଷା ୟୁନିଟର ସାମାଜିକ କର୍ମୀ ହରିବନ୍ଧୁ ରାଉତ, ଆଉଟ୍ ରିଚ୍ କର୍ମୀ ଡଳି ବେହେରା, ଚାଇଲ୍ଡ ହେଲ୍ପ ଲାଇନର ସୁଦାନ ଖମାରୀ, ଶ୍ରଦ୍ଧାଞ୍ଜଳି ସିଂହ ଉପସ୍ଥିତ ଥିଲେ । ପରିଶେଷରେ ଜବାହରଲାଲ ସରକାରୀ ଉଚ୍ଚ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ସୁଧାଂଶୁ ଶେଖର ପଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.