ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜଗନ୍ନାଥ ଡିଗ୍ରୀ କଲେଜ ସାହାଜବାହାଲରେ କଲେଜ ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ଭୋଇଙ୍କ ଅଧ୍ୟକ୍ଷତାରେ ଯୁବ ରେଡକ୍ରସ ତରଫରୁ ସଡକ ସୁରକ୍ଷା ଓ ସାଇବର ସୁରକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ୟୁଥ ରେଡକ୍ରସ କାଉନସିଲର ଶାନ୍ତନୁ କୁମାର ପାତ୍ର ସାଂପ୍ରତିକ ସମୟରେ ସାଇବର ଅପରାଧ, ହ୍ୟାକିଂ, ଡାଟାଚୋରି ହେଉଛି, ଆମେ ସଚେତନ ରହିଲେ ତାହା ସୁରକ୍ଷିତ ରହି ପାରିବ ବୋଲି ମତ ପ୍ରକାଶ କରିଥିଲେ । ବଲାଙ୍ଗିର ଆର୍ଟିଓ ଶ୍ରୀ ମହାନ୍ତି ସଡକ ସୁରକ୍ଷାର ନୀତିନିୟମକୁ ଅନୁସରଣ କରିବା ଏବଂ ଦୈନନ୍ଦିନ ଘଟୁଥିବା ଦୁର୍ଘଟଣାକୁ ଶୂନ କରିବା ପାଇଁ ସଡକ ଦୁର୍ଘଟଣା ଜନିତ ଶୂନ ମୃତାହତ ପକ୍ଷ ପାଳନ କରାଯାଉଛି ବୋଲି ଛାତ୍ରଛାତ୍ରୀମାନଙ୍କୁ ଉପଦେଶ ଦେଇଥିଲେ । ୧୮ ବର୍ଷରେ ଉପନୀତ ଛାତ୍ରଛାତ୍ରୀମାନଙ୍କୁ ଡ୍ରାଇଭିଂ ଲାଇସେନ୍ସ ଆବେଦନ କରିବା ପାଇଁ ପରାମର୍ଶ ଦେଇଥିଲେ । ଜୁନିୟର ଏମ୍ଭିଆଇ ଶ୍ରୀ ପାଢୀ ପାୱାର ପଏଣ୍ଟ ମାଧ୍ୟମରେ ସଡକରେ ଗାଡି ଚାଳନା କରିବା ସମୟରେ ନୀତିନିୟମ, ବିଭିନ୍ନ ସଂକେତକୁ କିପରି ପାଳନ କରିବେ ଏବ ଡ୍ରାଇଭିଂ ଲାଇସେନ୍ସ ବିଷୟରେ ବୁଝାଇଥିଲେ । ଶେଷରେ ଅର୍ଥନୀତି ବିଭାଗର ଅଧ୍ୟାପକ କବିରାଜ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ କଲେଜର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଏବଂ ଅଣଶିକ୍ଷକ କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ସହଯୋଗ କରିଥିଲେ ।