oum

ସୁରଜ୍ ପ୍ରଡକ୍ଟ ଲିଃ ପକ୍ଷରୁ ୧୩ ହଜାର ଲିଟର ମେଡିକାଲ ଅକ୍ସିଜେନ ଟ୍ୟାଙ୍କର ପ୍ରଦାନ

jsm

ସୁନ୍ଦରଗଡ଼ : ସୁନ୍ଦରଗଡ଼ ସ୍ଥିତ ଏନଟିପିସି ହସ୍ପିଟାଲ ଓ ମେଡିକାଲ କଲେଜରେ ଏକ ନିରାଡାମ୍ବର କାର୍ୟ୍ୟକ୍ରମରେ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପଓ୍ଵନ କଲ୍ୟାଣ ୧୩ ହଜାର ଲିଟର କ୍ଷମତା ସଂପନ୍ନ ମେଡିକାଲ ଅକ୍ସିଜେନ ଟ୍ୟାଙ୍କରର ଶୁଭ ଉଦଘାଟନ କରିଥିଲେ । ମିଳିଥିବା ସୂଚନା ଅନୁସାରେ ରାଜଗାଙ୍ଗପୁରର ବରପାଲି ସ୍ଥିତ ସୁରଜ୍ ପ୍ରଡକ୍ଟ ଲିଃ ପକ୍ଷରୁ ସୁନ୍ଦରଗଡ଼ ଏନଟିପିସି ହସ୍ପିଟାଲକୁ ୧୩ ହଜାର ଲିଟର ମେଡିକାଲ ଅକ୍ସିଜେନ ଟ୍ୟାଙ୍କର ପ୍ରଦାନ କରାଯାଇଥିଲା । ଏହାଦ୍ୱାରା କୋଭିଡ ରୋଗୀଙ୍କ ଅକ୍ସିଜେନ ସମ୍ପର୍କିତ ସମସ୍ୟା ଅନେକାଂଶରେ ସମାଧାନ ହୋଇପାରିବ । ଏହି ଅବସରରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସରୋଜ କୁମାର ମିଶ୍ର ଓ ସୁରଜ୍ ପ୍ରଡକ୍ଟର ମାଲିକ ଉପସ୍ଥିତ ଥିଲେ ।

Leave A Reply

Your email address will not be published.