ସୁରଭି ୨୦୨୫ରେ ଦମୟନ୍ତୀଙ୍କ କୃତିତ୍ୱ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୌରାଞ୍ଚଳ ଅନ୍ତର୍ଗତ ଗାନ୍ଧୀ ନଗର ପଡା ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ଦମୟନ୍ତୀ ଖୁଆସ ସୁରଭି ୨୦୨୫ କାର୍ଯ୍ୟକ୍ରମରେ ବକ୍ତୃତା ପ୍ରତିଯୋଗିତା ପ୍ରସଙ୍ଗ – “କୃତିମ ବୁଦ୍ଧିମତା ଶିକ୍ଷଣ ଶିକ୍ଷାଦାନରେ ଶିକ୍ଷକଙ୍କର ଭୂମିକା ନେଇ ପାରିବ କି ?” ଉପରେ ଜିଲ୍ଲାରେ ପ୍ରଥମ ଓ ରାଜ୍ୟ ସ୍ତରରେ ତୃତୀୟ ସ୍ଥାନ ହାସଲ କରିଛନ୍ତି । ହାଟପଦାପଡା ନିବାସୀ ସୁଦର୍ଶନ ଖୁ୍ଆସ ଓ ତରଙ୍ଗିନୀ ଖୁଆସଙ୍କ ସୁପୁତ୍ରୀ ଅଟନ୍ତି ଦମୟନ୍ତୀ । ଗାଇଡ଼ ଶିକ୍ଷକ ଭାବେ ଶିକ୍ଷୟତ୍ରୀ ପ୍ରଜ୍ଞା ପରିମିତା ବଘାର ଏହି ରାଜ୍ୟ ସ୍ତରୀୟ ସୁରଭି ପ୍ରତିଯୋଗିତାରେ ଦମୟନ୍ତୀଙ୍କୁ ମାର୍ଗଦର୍ଶନ କରିଥିଲେ । ତାଙ୍କର ଏହି ସଫଳତା ପାଇଁ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ନୂତନ ନାୟକଙ୍କ ସମେତ ଅନ୍ୟାନ୍ୟ ଶିକ୍ଷକ, ଶିକ୍ଷୟିତ୍ରୀ ତଥା ଶିକ୍ଷା କର୍ମଚାରୀ ଶୁଭେଚ୍ଛା ଜଣାଇଛନ୍ତି ।

Leave A Reply

Your email address will not be published.