tur
shyamlal

ଜାନୁଆରୀ ହେଲେ ସୁନାମୁହିଁରେ ପର୍ଯ୍ୟଟକଙ୍କ ଭିଡ ଜମେ

ନୟାଗଡ଼, (କେପିଏନ୍‌ଏସ୍‌) : ଖଣ୍ଡପଡା ସହର ଉପକଣ୍ଠରେ ଅବସ୍ଥିତ ସୁନାମୁହିଁ ପରିବେଶ ପର୍ଯ୍ୟଟନସ୍ଥଳିରେ ନୂଆବର୍ଷ ଆରମ୍ଭ ହେଲେ ପର୍ଯ୍ୟଟକଙ୍କ ପ୍ରବଳ ଭିଡ ଦେଖିବାକୁ ମିଳୁଛି । ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ହଜାର ହଜାର ପର୍ଯ୍ୟଟକଙ୍କ ସମେତ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ବୁଲିବାକୁ ଆସୁଛନ୍ତି । ପ୍ରାକୃତିକ ପରିବେଶରେ ଭରା ଏହି ପରିବେଶ ପର୍ଯ୍ୟଟନସ୍ଥଳିର ଚାରିପାଖରେ ପର୍ଯ୍ୟଟକମାନେ ଭୋଜିଭାତର ଆସର ଜମାଇଥିବା ଦେଖିବାକୁ ମିଳୁଛି । ଏଥିସହ ବହୁ ଯୁବକ ଯୁବତୀ ସେଲଫି ପଏଣ୍ଟରେ ଫଟୋ ଉଠାଇବାର ମଜା ନେଉଛନ୍ତି । ଅନେକ ପର୍ଯ୍ୟଟକ ସୁନାମୁହିଁର ନୀଳ ଜଳରାଶିରେ ସ୍ନାନ କରି ମଜାନେଉଥିବା ବେଳେ ସକାଳୁ ସଂଧ୍ୟା ପର୍ଯ୍ୟନ୍ତ ଉକ୍ତ ସ୍ଥାନରେ ଜନସାଧାରଣଙ୍କ ଭିଡକୁ ନଜରରେ ରଖି ଖଣ୍ଡପଡା ପୋଲିସ ପକ୍ଷରୁ ସୁରକ୍ଷାକୁ କଡାକଡି କରାଯାଇଥିବା ଜଣାପଡିଛି । ଶୀତ ୠତୁରେ ପର୍ଯ୍ୟଟକଙ୍କ ଆଗମନକୁ ଦୃଷ୍ଟିରେ ରଖି ସୁନାମୁହିଁ ପର୍ଯ୍ୟଟନସ୍ଥଳି ପରିସରରେ ଉଜ୍ୱଳ ଆଲୋକିକରଣ, ପାନୀୟ ଜଳ, ସୁଲଭ ସୌଚାଳୟ ଓ ସୁରକ୍ଷା ବ୍ୟବସ୍ଥା ଆଦି ଆବଶ୍ୟକୀୟ ବ୍ୟବସ୍ଥା କରିବାକୁ ସାଧାରଣରେ ଦାବି ହୋଇଛି ।

Leave A Reply

Your email address will not be published.