ବଙ୍ଗୋମୁଣ୍ଡା, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ବେଲପଡାରେ ଚଳିତ ବର୍ଷ ପ୍ରଥମ କରି ରଥଯାତ୍ରା, ବାହୁଡା ଯାତ୍ରା ହୋଇଥିବା ବେଳେ ଆଜି ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହୋଇଯାଇଛି । ଜୟ ଜଗନ୍ନାଥ ପରିଚାଳନା କମିଟିର ସଭାପତି ରଞ୍ଜିତ ମେହେରଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା । ସେବାୟତମାନେ ପୂଜାର୍ଚ୍ଚନା କରିଥିଲେ । ସୁନାରେ ସୁସଜ୍ଜିତ ହୋଇଥିଲେ ତିନି ଠାକୁର । ଏହି କାର୍ଯ୍ୟକ୍ରମରେ କମିଟିର ସମ୍ପାଦକ ପରମେଶ୍ୱର ମେହେର, ବେଲପଡା ଗଜପତି ଟିକଚନ ମେହେର, ସଦସ୍ୟ ମହେଶ୍ୱର ମେହେର, ଅରକ୍ଷିତ ମେହେର, ଅନାଦି ମେହେର, ନକୁଳ ମେହେର, ମକୁନ୍ଦ ମେହେର ପ୍ରମୁଖଙ୍କ ସହ ଗ୍ରାମବାସୀମାନେ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଗୁଡିକ ଆୟୋଜନ କରାଯାଇଥିବାରୁ ଭକ୍ତିମୟ ପରିବେଶ ସୃଷ୍ଟି ହେଉଛି । ବଙ୍ଗୋମୁଣ୍ଡା ଥାନା ଅଧିକାରୀ ସୁଶାନ୍ତ ପ୍ରଧାନଙ୍କ ପୋଲିସ ଫୋର୍ସ ମୁତୟନ ହୋଇ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ ।