om academy

୨୦ ଲକ୍ଷ ଟଙ୍କାର ସୁନା ଗହଣା ଲୁଟି ନେଲେ ଦୁର୍ବୃତ୍ତ

jsm

ବାରଙ୍ଗ : ମଞ୍ଚେଶ୍ୱରରେ ଜଣେ ବ୍ୟକ୍ତିଙ୍କ ଝିଅ ବାହାଘର ପାଇଁ ଥୁଆ ହୋଇଥିବା ୨୦ ଲକ୍ଷ ଟଙ୍କା ମୂଲ୍ୟର ସୁନାଗହଣା, ନଗଦ ଦେଢ଼ ଲକ୍ଷ ଟଙ୍କା ଓ ଅନ୍ୟାନ୍ୟ ସାମଗ୍ରୀ ଲୁଟି ନେଇଛନ୍ତି ଚୋର । ଏନେଇ ମଞ୍ଚେଶ୍ୱର ଥାନାରେ ଅଭିଯୋଗ ହୋଇଛି । ପୋଲିସ ଥାନା କେସ୍‌ ନଂ-୫୩୬/୨୩ରେ ଏକ ମାମଲା ରୁଜୁକରି ତଦନ୍ତ ଚଳାଇଛି । ଅଭିଯୋଗ ଅନୁଯାୟୀ, ଚକେଇସିଆଣି ପ୍ଲଟ୍‌ ନଂ-୩୩୧୧ରେ ରହୁଥିବା ଦେବଦତ୍ତ ସାମଲ ରାଜସ୍ଥାନରେ ଚାକିରି କରୁଛନ୍ତି । ଏଠାରେ ରହୁଥିବା ତାଙ୍କ ସ୍ତ୍ରୀ, ପୁଅ, ଝିଅ ଓ ଶ୍ୱଶୁର ଗତ ୨୪ ତାରିଖରେ ଘରେ ତାଲା ପକାଇ ଦେଓଘର ବୁଲିବାକୁ ଯାଇଥିଲେ । ସେମାନେ ସକାଳେ ଖବର ପାଇଥିଲେ କି ତାଙ୍କ ଘର ତାଲା ଭଙ୍ଗାଯାଇ ଚୋରି ହୋଇଛି । ଖବରପାଇ ଭୁବନେଶ୍ୱର ଫେରୁଥିବା ଦେବଦତ୍ତ ଘରେ ପହଞ୍ଚି ଦେଖିବା ବେଳକୁ ଆଲମୀରା ତଡ଼ା ଯାଇଛି । ସେଥିରେ ଝିଅ ବାହାଘର ପାଇଁ ରଖାଯାଇଥିବା ସମସ୍ତ ସୁନାଗହଣା ବାହୁଟି ୪ହଳ, ବାଲା ୨ ହଳ, ସୁନା ହାର ୨ଟି, ଚେନ୍‌-୨ଟି, ୫ଟି ସୁନାମୁଦି, କାନଫୁଲ ୪ ହଳ, ରୂପାଥାଳି, ପାଉଁଜି, ଦାମୀ ହାତଘଣ୍ଟା ୪ଟା, ନଗଦ ଦେଢ଼ ଲକ୍ଷ ଟଙ୍କା ଆଦି ଚୋରି ଯାଇଛି । ଏଥିସହ ଘରେ ଥିବା ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ଚୋରି ହୋଇଛି । ଚୋରି ହୋଇଥିବା ସୁନାର ମୂଲ୍ୟ ପ୍ରାୟ ୨୦ ଲକ୍ଷ ଟଙ୍କା ହେବ ବୋଲି ଦେବଦତ୍ତ କହିଛନ୍ତି । ଏନେଇ ସେ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରିଥିଲା । ଦେବଦତ୍ତଙ୍କ ଘରେ ପୋଲିସ ପହଞ୍ଚି ତଦନ୍ତ କରି ଫେରିଛି । ହେଲେ ଚୋର କିମ୍ବା ଚୋରି ସାମଗ୍ରୀର ପତ୍ତା ପାଇନାହିଁ ।

Leave A Reply

Your email address will not be published.