ବଲାଙ୍ଗିର, (କେପିଏନ୍ଏସ୍) : ଆସନ୍ତା ୧୬ ତାରିଖ ଦିନ ପ୍ରସିଦ୍ଧ ଶୁଲିଆ ଯାତ୍ରା ଅନୁଷ୍ଠିତ ହେବ । ଏହି ଯାତ୍ରାର ପ୍ରସ୍ତୁତି ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବଲାଙ୍ଗିର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉପଜିଲ୍ଲାପାଳ ପ୍ରଭାସ ଦଣ୍ଡସେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ଆଦିବାସୀ ନେତା ସତ୍ୟନାରାୟଣ ଭୋଇ, ଶୁଲିଆର ମୁଖ୍ୟ ପୂଜକଙ୍କ ସହ ଅନ୍ୟମାନେ ଉପସ୍ଥିତ ଥିଲେ । ତେବେ ୧୫ ତାରିଖ ଦିନ ଦେବାଦେବୀଙ୍କୁ ଆମନ୍ତ୍ରଣ କରିବା ପରେ ୧୬ ତାରିଖ ଦିନ ଶୁଲିଆ ଯାତ୍ରା ପାଳନ କରାଯିବ ବୋଲି ସୂଚନା ଦିଆଯାଇଛି ।
Prev Post