oum

କିସ ବିଶ୍ୱ ବିଦ୍ୟାଳୟ ଦ୍ୱାରା ତୁରେକେଲା ବ୍ଲକର ଆଦିବାସୀ ଛାତ୍ରଛାତ୍ରୀଙ୍କୁ ଶୁଖିଲା ଖାଦ୍ୟ ବଂଟନ

jsm

କଂଟାବାଂଜି, (ମନିଶ କୁମାର ହଂସ) : ଭୁବନେଶ୍ୱରସ୍ଥିତ କିସ୍‌ ବିଶ୍ୱ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଆଦିବାସୀ ଛାତ୍ରଛାତ୍ରୀଙ୍କୁ ମଂଗଳବାର ଦିନ ଆଦିବାସୀ କଲ୍ୟାଣ ସଂଘ ତୁରେକେଲା ବ୍ଲକ ଶାଖାଦ୍ୱାରା ଶୁଖିଲା ଖାଦ୍ୟ ବଂଟନ କରାଯାଇଛି । ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକର ବିଭିନ୍ନ ଗାଁର ଶତାଧିକ ଆଦିବାସୀ ଛାତ୍ରଛତ୍ରୀଙ୍କୁ ୮ମ ପର୍ଯ୍ୟାୟ ଶୁଖିଲା ଖାଦ୍ୟ କଂଟାବାଂଜିଠାରେ ବଂଟନ କରାଯାଇଛି । ଗତ ୨୦୨୦ ମସିହା ମାର୍ଚ୍ଚ ମାସଠାରୁ କରୋନା ମହାମାରୀ ରୋଗ ଯୋଗୁଁ ସମସ୍ତ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ ଶିକ୍ଷାନୁଷ୍ଠାନ ଗୁଡିକ ବନ୍ଦ ଥିବା ଯୋଗୁଁ ନିଜ ନିଜ ଘରେ ଅଛନ୍ତି । ଏହି କରୋନା ମହାମାରୀ ସମୟରେ କିସ୍‌ ବିଶ୍ୱ ବିଦ୍ୟାଳୟର ପ୍ରତିଷ୍ଠାତା ଡ.ଅଚ୍ୟୁତ୍‌ ସାମନ୍ତଙ୍କ ଦ୍ୱାରା ସମସ୍ତ ଆଦିବାସୀ ଛାତ୍ରଛାତ୍ରୀମାନଙ୍କୁ ଅନଲାଇନ ଏବଂ ନିଜ ଟିଭି ଚ୍ୟାନେଲ ମାଧ୍ୟମରେ ଶିକ୍ଷାଦାନ ଦେଉଥିବା ସହିତ ପ୍ରତ୍ୟେକ ମାସ ଶୁଖିଲା ଖାଦ୍ୟ ମଧ୍ୟ ଯୋଗାଉଛନ୍ତି । ଏହି ପରିପ୍ରେକ୍ଷୀରେ ତୁରେକେଲା ବ୍ଲକ ଆଦିବାସୀ କଲ୍ୟାଣ ସଂଘର ସଭାପତି ଚୌବନ କିଶୋର ମାଝିଙ୍କ ନେତୃତ୍ୱରେ ୧୦୧ ଜଣ ଛାତ୍ରଛାତ୍ରୀଙ୍କୁ ଶୁଖିଲା ଖାଦ୍ୟ ମଧ୍ୟରେ ଚୁଡା, ଡାଲି, ଚାଉଳ , ଚିନି, ସାବୁନ, ବିସ୍କୁଟ ଏବଂ ସାନିଟାଇଜରଦିଆଯାଇଛି । ଏହି କାର୍ଯ୍ୟକ୍ରମଟିକୁ ସଂପାଦକ ନରୋତ୍ତମ ମାଝି, ନାରୀନେତ୍ରୀ ସମିତିସଭ୍ୟା ଖେଳନ୍ତି ସମରଥ, ଆଦିବାସୀ ସାମାଜିକ କର୍ମି ରାଜେଶ ସମରଥ, ଭୁତେଶ୍ୱର ପାତ୍ର, ରାଜକିଶୋର ମାଝି, ହୁତାସନ ମାଝି, ସୁଫିନାଥ ଭୋଇ, ସୁଭିଲ ଥାନାପତି ଓ ଥମ୍ବୁଧର କୁଅଁର ବଂଟନରେ ସହଯୋଗ କରିଛନ୍ତି । କରୋନା ମହାମାରୀ ସମୟରେ ମଧ୍ୟ ଆଦିବାସୀ ଛାତ୍ରଛାତ୍ରୀଙ୍କୁ ଡ.ଅଚ୍ୟୁତ୍‌ ସାମନ୍ତ ସମସ୍ତ ପ୍ରକାର ପାଠ୍ୟ ଉପକରଣ ସହ ଖାଦ୍ୟ ଯୋଗାଇ ଆସିଥିବାରୁ ସଂଘ ତରଫରୁ ଧନ୍ୟବାଦ ଜଣାଇବା ସହ ଆଗାମୀ ଦିନରେ ମଧ୍ୟ କିସ୍‌ ବିଶ୍ୱ ବିଦ୍ୟାଳୟର ଉନ୍ନତି କାମନା କରିଛନ୍ତି ସଂଘର ସଭାପତି ମାଝି ।

Leave A Reply

Your email address will not be published.