‘ସୁଖର୍‌ ଘରେ ଦୁଖର ଝରିଆ’କୁ ଶ୍ରେଷ୍ଠ କ୍ଷୁଦ୍ର ଚଳଚ୍ଚିତ୍ର ପୁରସ୍କାର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପର୍‌ଭା ଫୋକ୍‌ ଅନୁଷ୍ଠାନ, କୁଟେନପାଲି (ପୁଇଁନ୍ତଲା ବ୍ଲକ) ଦ୍ୱାରା ନିର୍ମିତ କ୍ଷୁଦ୍ର ଚଳଚ୍ଚିତ୍ର ‘ସୁଖର୍‌ ଘରେ ଦୁଖର୍‌ ଝରିଆ’ ପଞ୍ଚମ ରାଉରକେଲା ଫିଲ୍ମ ଫେଷ୍ଟିଭାଲରେ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ପ୍ରାପ୍ତ ହୋଇଛି । ମୋବାଇଲ୍‌ ନିଶା ଛାତ୍ର ଜୀବନକୁ କିପରି ବିପର୍ଯ୍ୟସ୍ତ କରେ, ନବୀନ କିଶୋର ବେହେରାଙ୍କ ଏ କଥାବସ୍ତୁ ଉପରେ ନିର୍ମିତ ଏକ ଚଳଚ୍ଚିତ୍ରକୁ ନିର୍ଦ୍ଦେଶନା ଦେଇଛନ୍ତି ରାଜେନ୍ଦ୍ର ମଲ୍ଲିକ । ଚିତ୍ର ଉତ୍ତୋଳନ ଓ ସଂପାଦନା କରିଛନ୍ତି କିର୍ତ୍ତି ଭିଡିଓ ଭିଜନ, ବଲାଙ୍ଗିର ପକ୍ଷରୁ କୀର୍ତ୍ତିଚନ୍ଦ୍ର ଗହିର । ଚଳଚ୍ଚିତ୍ରରେ ନିସାର ଅହମ୍ମଦ ନିସାର ଓ ଦିଲିପ ଦୀପଙ୍କ ଦ୍ୱାରା ସଂଗୀତ ସଂଯୋଜିତ ହୋଇଛି । ବିଭିନ୍ନ ଚରିତ୍ରରେ ଅଭିନୟ କରିଛନ୍ତି କୁମାର ଲୁଗସନ, ରୂପେଶ ଠେଲା, ନବୀନ କିଶୋର ବେହେରା, ବେବି, କୁମୁଦିନୀ, ରାଜେନ୍ଦ୍ର ମଲ୍ଲିକ, ଅଶୋକ ଦୀପ, ପ୍ରଫୁଲ୍ଲ ବେହେରା, ସରୋଜ ନାଏକ, ସୁନାଧର ବଘାର ଓ ସୁନାବୀର ଠେଲା । ସବୁ ଦୃଷ୍ଟିରୁ ଚଳଚ୍ଚିତ୍ରଟି ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଦର୍ଶନ ଉପଯୋଗୀ ହୋଇଛି ।

Leave A Reply

Your email address will not be published.