jayashree

ବଲାଙ୍ଗିରରେ “ଆୟୁଷ୍ମାନ ଭବଃ” ଅଭିଯାନର ଶୁଭାରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଶାସ୍ତ୍ରୀନଗର, ଯାହା ନେସନାଲ ପିସ ଊନୀସନ (ଭାରତ) ଦ୍ୱାରା ପରିଚାଳିତ ଦ୍ୱାରା “ଆୟୁଷ୍ମାନ ଭବଃ” ସ୍ୱାସ୍ଥ୍ୟ ଜନ ଜାଗରଣ କାର୍ଯ୍ୟକ୍ରମର ଆଜି ଶୁଭାରମ୍ଭ କରାଯାଇଛି । ସ୍ୱାସ୍ଥ୍ୟ କ୍ଷେତ୍ରରେ ଏହା ଏକ ଅଭିନବ ଅଭିଯାନ ଯାହା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ପ୍ରୟାସ । ଏହା ମାଧ୍ୟମରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନୂଆ ସ୍ୱାସ୍ଥ୍ୟ ଯୋଜନାଗୁଡିକୁ ମିଶନ ମୋଡ଼ରେ ପ୍ରାରମ୍ଭ କରାଯିବାର ବିହିତ ବନ୍ଦୋବସ୍ତ କରାଯିବାର ଲକ୍ଷ ଧାର୍ଯ୍ୟ କରାଯାଇଛି । ମୁଖ୍ୟ ସ୍ୱାସ୍ଥ୍ୟ ଯୋଜନା ମଧ୍ୟରେ “ଆୟୁଷ୍ମାନ ଭାରତ” ସ୍ୱାସ୍ଥ୍ୟ ବୀମା ଭଳି ଅନେକ ଉପଯୋଗୀ କାର୍ଯ୍ୟକ୍ରମକୁ ଆମ ଜନସାଧାରଣଙ୍କ ପାଖରେ ପହଞ୍ଚାଇବାକୁ ଏହା ଲକ୍ଷ ଧାର୍ଯ୍ୟ କରାଯାଇଛି ଓ ଏହା ଆମ ଦେଶର ରାଷ୍ଟ୍ରପତି ମହାମାନ୍ୟ ଦ୍ରୌପଦୀ ମୁର୍ମୁ ଆୟୁଷ୍ମାନ ଭବ ଅଭିଯାନର ଶୁଭାରମ୍ଭ କରିଛନ୍ତି ଯାହା ଦେଶ ଉଦ୍ଦେଶ୍ୟରେ ବାର୍ତ୍ତା ଦେଇ ଦେଶର ରାଷ୍ଟ୍ରପତି ଜଣାଇଥିଲେ ଯେ ‘ଆୟୁଷ୍ମାନ ଭବଃ’ ଅଭିଯାନର ଲକ୍ଷ୍ୟ ହେଉଛି କୌଣସି ବ୍ୟକ୍ତି ବା ଗ୍ରାମ ପଛରେ ପଡ଼ିବା ଅନୁଚିତ । ତା’ହେଲେ ଯାଇ ଆମ ଦେଶରେ ସାର୍ବଜନୀନ ସ୍ୱାସ୍ଥ୍ୟ ସେବା ସଫଳ ହୋଇପାରିବ । ଯଦି ପ୍ରତ୍ୟେକ ବ୍ୟକ୍ତି ଓ ପରିବାର ସୁସ୍ଥ ରହନ୍ତି ତେବେ ଯାଇ ଏକ ସୁସ୍ଥ ଭାରତ ଗଠନ ସଂକଳ୍ପ ପୂରଣ ହେବ ଏହାକୁ ନେସନାଲ ପିସ ଊନୀସନ ନିଦ୍ଦେଶକ ସତ୍ୟ ରଞ୍ଜନ ମିଶ୍ର ସବୁ ସ୍ୱାସ୍ଥ୍ୟ କ୍ଷେତ୍ରରେ କାର୍ଯ୍ୟରତ ଆଶା ଦିଦିମାନଙ୍କୁ ବିସ୍ତାରରେ ବୁଝାଇ ଥିଲେ ଓ ଏହି ଲକ୍ଷ୍ୟ ହାସଲ ଦିଗରେ ଏକ ବହୁ ମନ୍ତ୍ରୀମଣ୍ଡଳସ୍ତରୀୟ ପଦ୍ଧତି ଗ୍ରହଣ ମଧ୍ୟ କରାଯାଇଥିବା ଜଣାଇଥିଲେ । ଏଭଳି ବିରାଟ ଲକ୍ଷ୍ୟ ହାସଲ ପାଇଁ ସମସ୍ତ ସ୍ୱାସ୍ଥ୍ୟକର୍ମୀ ଏକତାର ସହିତ ଲୋକହିତକର ସ୍ୱାସ୍ଥ୍ୟ ପାଇଁ ସହଯୋଗ ଅଛି ବୋଲି ରାମାନୁଜ ପଣ୍ଡା, ଜାତୀୟ ସ୍ୱାସ୍ଥ୍ୟ ମିଶନ (ଅତିରିକ୍ତ ମ୍ୟାନେଜର) ଜଣାଇଥିବା ବେଳେ ସମସ୍ତ ହିତାଧିକାରୀଙ୍କୁ ଆୟୁଷ୍ମାନ କାର୍ଡ ପ୍ରଦାନ, ଗ୍ରାମବାସୀଙ୍କୁ ସ୍ବାସ୍ଥ୍ୟ ସମ୍ପର୍କରେ ଅବଗତ କରିବା ପାଇଁ ଆୟୁଷ୍ମାନ ସଭା, ସ୍ବାସ୍ଥ୍ୟ ରକ୍ଷା ଓ ପୌଷ୍ଟିକତା, ଆୟୁଷ୍ମାନ ମେଳାର ଆୟୋଜନ ଏବଂ ସପ୍ତାହକୁ ଥରେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରଗୁଡ଼ିକୁ ବିଶେଷଜ୍ଞ ଡାକ୍ତରଙ୍କ ପରିଦର୍ଶନ ଆୟୋଜନ ଭଳି ଆୟୁଷ୍ମାନ ଆପ ଦ୍ବାରା ୩.୦ର ପଦକ୍ଷେପ ବେଶ୍ ପ୍ରଶଂସା ଯୋଗ୍ୟ ଓ ଯାହାକୁ ଜାରି ରଖିବାକୁ ରବି ରବିରଞ୍ଜନ ପୂଜାରୀ ଜଣାଇଥିଲେ । ଅନ୍ୟାନ୍ୟ କ୍ଷେତ୍ର ଭଳି ଭାରତ ସ୍ବାସ୍ଥ୍ୟ ଯତ୍ନ କ୍ଷେତ୍ରରେ ମଧ୍ୟ ଡିଜିଟାଲ ପଦ୍ଧତି ଅନ୍ତର୍ଭୁକ୍ତ କରି ଏକ ଦୃଷ୍ଟାନ୍ତ ରଖିବ ଓ ଏହା କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଦେଶର ପ୍ରତି ଗ୍ରାମ ଓ ସହରରେ ପର୍ଯ୍ୟାପ୍ତ ସେବା ପହଞ୍ଚାଇବା ନିମନ୍ତେ ‘ଆୟୁଷ୍ମାନ ଭବଃ’ ଅଭିଯାନ ଭଳି ପଦକ୍ଷେପ ଦେଶବ୍ୟାପୀ ଯୋଜନା କରାଯାଇଛି । ଏହି ଅଭିଯାନ ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୨, ୨୦୨୩ ‘ସେବା ପକ୍ଷ’ରେ ତ୍ବରାନ୍ବିତ କରାଯିବ । ଆସନ୍ତା ଦିନରେ ଏହାର ପ୍ରତ୍ୟେକଟି କାର୍ୟ୍ୟ ସମ୍ପର୍କରେ ଆଲୋଚନା କରାଯିବ ବୋଲି ଜାତୀୟ ସ୍ୱାସ୍ଥ୍ୟ ମିଶନ ଉପ ସ୍ୱାସ୍ଥ୍ୟ ମ୍ୟାନେଜର ଅନିଲ ମହାକୁଡ଼ ସମସ୍ତଙ୍କୁ ଜଣାଇଥିଲେ । ଜାତୀୟ ସ୍ୱାସ୍ଥ୍ୟ ମିଶନ ଅନ୍ତର୍ଗତ ସନ୍ତୋଷ ମହାନ୍ତି (ଜାତୀୟ ଲେପ୍ରୋସୀ ସଂଗଠକ) ଆୟୁଷ୍ମାନ ଭବଃ ଅନ୍ତର୍ଗତ ଲେପ୍ରୋସୀ ଅଭିଯାନ ସମ୍ପର୍କରେ ଆଲୋକପାତ କରିଥିଲେ । ସର୍ବଶେଷରେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର କୋଷାଧ୍ୟକ୍ଷ ଶ୍ରୀମତୀ ସୂର୍ଯ୍ୟକାନ୍ତି ହୋତା ସଭିଁଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.