lika

ବଲାଙ୍ଗିରରେ ସପ୍ତାହ ବ୍ୟାପି ଶିଶୁ କନ୍ୟା ଦିବସର ଶୁଭାରମ୍ଭ

gbag

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ବଲାଙ୍ଗିର ତରଫରୁ ସପ୍ତାହ ବ୍ୟାପି ଶିଶୁ କନ୍ୟା ଦିବସ ପାଳନର ଶୁଭାରମ୍ଭ ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମନାରୁ ପୁଇଁନ୍ତଲା ଓ ବଲାଙ୍ଗିର ବ୍ଲକର ପ୍ରାୟ ୩୫୦ ଜଣ ହାଇସ୍କୁଲ ଓ ଯୁକ୍ତଦୁଇ ଛାତ୍ରଛାତ୍ରୀ ଏକ ସଚେତନତା ଶୋଭାଯାତ୍ରା ବାହାରି ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ବଲାଙ୍ଗିର ପର୍ଯ୍ୟନ୍ତ ବିଭିନ୍ନ ସ୍ଲୋଗାନ ଦେଇ ପହଞ୍ଚି ଥିଲା । ଏହି ଶୋଭାଯାତ୍ରାକୁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଲକ୍ଷ୍ମୀ ସିଂହ ଓ ସହକାରୀ ଜିଲ୍ଲାପାଳ, ରାଜସ୍ୱ ବଲାଙ୍ଗିରର ଡା. ଇପ୍‌ସିତା ପାତ୍ର ମିଳିତ ଭାବେ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଶୋଭାଯାତ୍ରା ଉଦ୍‌ଘାଟନୀ ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ସୁରକ୍ଷା ଅଧିକାରୀ ଜୟନ୍ତୀ ମହାନ୍ତି, ଟାଉନ ବାଳିକା ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ନରେନ୍ଦ୍ର ମିଶ୍ର, ଶିକ୍ଷକ, ଶିକ୍ଷୟିତ୍ରୀ, ସରୋଜ ମାଝି, ସତ୍ୟାନନ୍ଦ ବିଶ୍ୱାଲ, ସତ୍ୟଜିତ ବୁଡେକ, ନନ୍ଦିନୀ ସାହୁ, ରଂଜିତା ତରିଆ, ଅରୁନ୍ଧତୀ ବଢେଇ, ତପସ୍ମିନୀ ମହାପାତ୍ର ପ୍ରମୁଖ ଶୋଭାଯାତ୍ରାରେ ଉପସ୍ଥିତ ରହି ପରିଚାଳନା କରିଥିଲେ । ଶୋଭାଯାତ୍ରାଟି ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟରେ ପହଞ୍ଚିବା ପରେ ଲକ୍ଷ୍ମୀ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍‌ଘାଟନୀ ଉତ୍ସବରେ ବଲାଙ୍ଗିର ଜିଲ୍ଲା ଅତିରିକ୍ତ ଶିକ୍ଷାଧିକାରୀ କେଶବ ମେହେର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବିଇଓ ଲୋକନାଥ ସୁନା, ସୁରକ୍ଷା ଅଧିକାରୀ ଜୟନ୍ତୀ ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏହା ପରେ ଛାତ୍ରଛାତ୍ରୀମାନଙ୍କୁ ନେଇ କୁଇଜ, ବକ୍ତୃତା, ନୃତ୍ୟ ପ୍ରତିଯୋଗିତା ଏବଂ ଆତ୍ମରକ୍ଷା କୌଶଳ ପ୍ରଦର୍ଶନ ହୋଇଥିଲା । ପ୍ରତିଯୋଗିତାର ଫଳାଫଳକୁ ଡିଆଇଟି ବଲାଙ୍ଗିରର ପ୍ରଶିକ୍ଷିକା ଚିନ୍ମୟି ସାହୁ, ଅଳକା ସାମଲ, ସପ୍ନା ସେଠ ବିଚାର କରିଥିଲେ । ଏହାପରେ କୃତି ପ୍ରତିଯୋଗୀମାନଙ୍କୁ ମୁଖ୍ୟ ଅତିଥି ଉପଜିଲ୍ଲାପାଳ ବଲାଙ୍ଗିର କୁମାର ନାଗଭୂଷଣ ମେଡାଲ ଓ ପ୍ରମାଣପତ୍ର ପ୍ରଦାନ କରିଥିଲେ । ପୁରସ୍କାର ବିତରଣ ସମୟରେ ସମ୍ମାନିତ ଅତିଥି ଭାବେ ତହସିଲଦାର ବଲାଙ୍ଗିର ଡା. ପଣ୍ଡା ଓ ଅଧ୍ୟକ୍ଷ ସିଡବ୍ଲୁସି ବଲାଙ୍ଗିର ଲମ୍ବୋଦର ଦୀପ ଉପସ୍ଥିତ ଥିଲେ । ଶେଷରେ ଡିସିପିୟୁର ଦିଗମ୍ବର କର ଧନ୍ୟବାଦ ଦେଇଥିବା ବେଳେ ସମସ୍ତ କାର୍ଯ୍ୟକ୍ରମକୁ ସଂପୃକ୍ତ ସ୍କୁଲ ଓ କଲେଜର ଶିକ୍ଷକ, ଶିକ୍ଷୟିତ୍ରୀ, ଅଧ୍ୟପକା, ଅଧ୍ୟାପିକା, ଡିସିପିୟୁର ଚୂଡାମଣି ପଣ୍ଡା, ଅରୁଖ ଖୁଆସ, ସୁଧାଂଶୁ କୁମ୍ଭାର ସକ୍ରିୟ ସହଯୋଗ କରିଥିଲେ ।

babaa
Leave A Reply

Your email address will not be published.