ବଲାଙ୍ଗିର (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜନଗଣନାର ସ୍ୱ-ଗଣନା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । ଉଦ୍ଘାଟନୀ କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର, ଆରକ୍ଷୀ ଅଧୀକ୍ଷକ ଅଭିଳାଷ ଜି, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଡା. ବିଜୟାନନ୍ଦ ସେଠୀ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ପବିତ୍ର ବେହେରା, ଜିଲ୍ଲା ଜନଗଣନାର ବରିଷ୍ଠ ନିର୍ବାହୀ ଅଧିକାରୀ ଲଲାଟେନ୍ଦୁ ପଣ୍ଡା, ଡେପୁଟି ଜିଲ୍ଲା ଜନଗଣନା ଅଧିକାରୀ ନିବେଦିତା ସ୍ୱାଇଁ ସହିତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଏହି ଅବସରରେ ଜିଲ୍ଲାପାଳ ଜନଗଣନାର ଗୁରୁତ୍ୱ ଉପରେ ଆଲୋକପାତ କରି, ଜନସାଧାରଣଙ୍କୁ ସ୍ୱ-ଗଣନା କାର୍ଯ୍ୟକ୍ରମରେ ସହଯୋଗ କରିବାକୁ ଅନୁରୋଧ କରିଥିଲେ । ସେ କହିଥିଲେ, ଜନଗଣନା ଦେଶର ବିକାଶ ଏବଂ ଯୋଜନା ପ୍ରଣୟନ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରକ୍ରିୟା । ସ୍ୱ-ଗଣନା ପୋର୍ଟାଲ (https://se.census.gov.in) ମାଧ୍ୟମରେ ଜନସାଧାରଣ ନିଜେ ନିଜର ତଥ୍ୟ ଦାଖଲ କରିପାରିବେ। ଏଥିପାଇଁ ସଠିକ ତଥ୍ୟ ଯୋଗାଇବାକୁ ସମସ୍ତଙ୍କୁ ଅନୁରୋଧ କରିଥିଲେ । ଏହି ସ୍ୱ-ଗଣନା କାର୍ଯ୍ୟକ୍ରମ ଅପ୍ରେଲ ୧ରୁ ଆରମ୍ଭ ହୋଇଥିବାବେଳେ ଏହା ଅପ୍ରେଲ ୧୫ ପର୍ଯ୍ୟନ୍ତ ଚାଲିବ ।
Next Post