ଆଦାନୀ ଫାଉଣ୍ଡେସନ ପକ୍ଷରୁ ଡିଜିଟାଲ ଶ୍ରେଣୀ ଗୃହର ଶୁଭାରମ୍ଭ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛାତ୍ରଛାତ୍ରୀମାନଙ୍କ ଶୈଖିକ ସହ ବୌଦ୍ଧିକ ଶିକ୍ଷାର ବିକାଶ କରିବା ଲକ୍ଷ୍ୟ ନେଇ ଆଦାନୀ ଫାଉଣ୍ଡେସନ ପକ୍ଷରୁ ବୁଧବାର ଗୋପାଳପୁର ବନ୍ଦରର ପାର୍ଶ୍ଵବର୍ତ୍ତୀ ଗ୍ରାମ ଶ୍ରୀରାଚନ୍ଦ୍ରପୁର ପଞ୍ଚାୟତ ସ୍ଥିତ ଆଗ୍ରାହାରାମ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅତ୍ୟାଧୁନିକ ଡିଜିଟାଲ ଶ୍ରେଣୀଗୃହର ଶୁଭାରମ୍ଭ କରାଯାଇଛି । ୭୫ ଇଞ୍ଚ୍ ବିଶିଷ୍ଟ ଏହିବବୃହତ ଏଲ୍ଇଡି ସ୍କ୍ରିନ୍ ବିଦ୍ୟାଳୟର ଶ୍ରେଣୀଗୃହରେ ଅବସ୍ଥାପନ କରାଯାଇଛି । ଯେଉଁ ସ୍କ୍ରିନ୍ ମାଧ୍ୟମରେ ଛାତ୍ରଛାତ୍ରୀମାନେ ଅତ୍ୟାଧୁନିକ ଶୈଳୀରେ ପାଠ ପଢିବା ସହ ଡିଜିଟାଲ ଦୁନିଆଁ ବିଷୟରେ ଅବଗତ ହୋଇପାରିବେ । ଏହା ସହ ଛାତ୍ର ଛାତ୍ରୀମାନଙ୍କୁ ଆଦାନୀ ଫାଉଣ୍ଡେସନ ପକ୍ଷରୁ ସ୍କୁଲ ବ୍ୟାଗ୍ ବଣ୍ଟନ କରାଯାଇଥିଲା । ବୁଧବାର ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ମାଧ୍ୟମରେ ଆଦାନୀ ଫାଉଣ୍ଡେସନ ପକ୍ଷରୁ ଶ୍ରୀ ଭକ୍ତବନ୍ଧୁ ଶତପଥୀ, ଆଇ.ଆର. ମୁଖ୍ୟ ଗୋପାଳପୁର ବନ୍ଦର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ଏଲଇଡି ପ୍ୟାନେଲ କୁ ସ୍ୱିଚ ମାଧ୍ୟମରେ ଅନ କରି ଏହି ଡିଜିଟାଲ ଶ୍ରେଣୀଗୃହକୁ ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶ୍ରୀ ସଞ୍ଜୀବ ରେଡ୍ଡୀ, ସରପଞ୍ଚ , ଶ୍ରୀରମଚନ୍ଦ୍ରପୁର, ଉଷାରାଣୀ ନାୟକ, ପ୍ରଧାନ ଶିକ୍ଷୟତ୍ରୀ, ଆଗ୍ରା ଆରାମ ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟ, କୁମାରୀ ମମତା ପ୍ରଧାନ, ସି ଆର୍ ସି, ଦେବଦତ୍ତ ମିଶ୍ର, ସି ଏସ୍ ଅର୍ ମୁଖ୍ୟ ଗୋପାଳପୁର ବନ୍ଦର, ଅଭିଭାବକ ଓ ଛାତ୍ର ଛାତ୍ରୀମାନେ ଯୋଗ ଦେଇଥିଲେ । ଏହି ଅବସରରେ ସଞ୍ଜୀବ ରେଡ୍ଡୀ, ସରପଞ୍ଚ ଶ୍ରୀରାଚନ୍ଦ୍ରପୁର କହିଥିଲେ ଯେ ଏହି ଡିଜିଟାଲ ଏଲ ଇ ଡି ମାଧ୍ୟମରେ ଗ୍ରାମାଞ୍ଚଳ ପିଲାମାନେ ଅତି ଉନ୍ନତ ଧରଣର ଆଧୁନିକ ଶୈଳୀରେ ପାଠ ପଢ଼ିବାର ସୌଭାଗ୍ୟ ଅର୍ଜନ କରିଛନ୍ତି ସେଥିପାଇଁ ମୁଁ ଆଦାନୀ ଫାଉଣ୍ଡେସନ ଓ ଗୋପାଳପୁର ବନ୍ଦର କର୍ତ୍ତୃପକ୍ଷଙ୍କୁ ସାଧୁବାଦ ଜଣାଉଛି । ଏହି ଡିଜିଟାଲ ଶ୍ରେଣୀଗୃହ ଛାତ୍ରଛାତ୍ରୀମାନଙ୍କ ପାଇଁ ଭବିଷ୍ୟତର ଉଚ୍ଚ ଶିକ୍ଷ୍ୟା ପାଇଁ ଅନେକ ସହାୟକ ହେବ । ଆଦାନୀ ଫାଉଣ୍ଡେସନ ପକ୍ଷରୁ ଗୋପାଳପୁର ବନ୍ଦରର ପାର୍ଶ୍ଵବର୍ତ୍ତୀ ପଞ୍ଚାୟତର ପାଖାପାଖି ନଅ ଗୋଟି ବିଦ୍ୟାଳୟରେ ଏପର୍ଯ୍ୟନ୍ତ ଏହି ଏଲ ଇ ଡି ସ୍କ୍ରିନ୍ ମାଧ୍ୟମରେ ଡିଜିଟାଲ ଶ୍ରେଣୀଗୃହ ଯୋଗାଇ ଦିଆଯାଉଛି । ଏହି ବିଦ୍ୟାଳୟ ଗୁଡ଼ିକ ହେଉଛି ବଡ଼ ଆର୍ଯ୍ୟପଲ୍ଲି, ୟୁପି ସ୍କୁଲ, ସାନ ଆର୍ଯ୍ୟପଲ୍ଲି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, କଣମଣା ୟୁପି ସ୍କୁଲ, ତରାଇ ପାଟପୁର ପ୍ରାଥମିକ ବିଦ୍ୟାଳୟ, ଛତ୍ରପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ହରିପୁର ୟୁପି ସ୍କୁଲ ଓ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଆଦି ବିଦ୍ୟାଳୟ ଗୁଡିକରେ ଏହି ଅତ୍ୟାଧୁନିକ ଡିଜିଟାଲ ଶ୍ରେଣୀଗୃହର ବ୍ୟବସ୍ଥା କରାଯାଇଛି । ଏହି କାର୍ଯ୍ୟକ୍ରମରେ ଆଗ୍ରା ଆରାମ ବିଦ୍ୟାଳୟର କୁନି କୁନି ପିଲାମାନେ ଗଛ ଟିଏ ମୁଁ ଗଛ ଟିଏ ଭଳି ପରିବେଶ ସଚେତନତା ସମ୍ବନ୍ଧୀୟ ଏକ ନୃତ୍ୟ ନାଟିକା ପରିବେଷଣ କରିଥିଲେ ।

jittmm
Leave A Reply

Your email address will not be published.