oom

ମୁରିବାହାଲ ବ୍ଲକ ଅଞ୍ଚଳରେ ଉଚ୍ଚତର କମ୍ପ୍ୟୁଟର କୋର୍ସ ପାଇଁ ପ୍ରଚାର ପ୍ରସାର ରଥର ଶୁଭାରମ୍ଭ

jsmm

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମା ସିଏଚ୍‌ସି ହସ୍‌ପିଟାଲ ଛକରେ ଥିବା ଓଡ଼ିଶା ନଲେଜ୍ କର୍ପୋରେସନ୍ ଲିମିଟେଡ(ଓକେସିଏଲ୍‌)ର କମ୍ପ୍ୟୁଟର ପଏଣ୍ଟରେ ବ୍ଲକ ଅଞ୍ଚଳରେ ଉଚ୍ଚତର କମ୍ପ୍ୟୁଟର କୋର୍ସ ପାଇଁ ପ୍ରଚାର ପ୍ରସାର ରଥ ଉଦ୍‌ଘାଟିତ ହୋଇଯାଇଛି । ମୁରିବାହାଲ କମ୍ପ୍ୟୁଟର ପଏଣ୍ଟର ସଂଯୋଜକ ପ୍ରଦୀପ କୁମାର ବଘାରଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁରିବାହାଲ ବ୍ଲକ ସଦର ସରପଞ୍ଚ ତଥା ବ୍ଲକ ସରପଞ୍ଚ ସଂଘ ସଭାପତି ବିଶ୍ୱବିହାରୀ ଯୋଶୀ ମୁଖ୍ୟ ଅତିଥି ରୂପେ ଯୋଗଦେଇ ପତାକା ଦେଖାଇ ପ୍ରଚାର ରଥର ଶୁଭାରମ୍ଭ କରିଥିଲେ । ଏହି ପ୍ରଚାର ରଥ ସମଗ୍ର ବ୍ଲକ ଅଞ୍ଚଳ ପରିକ୍ରମା କରି ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ଓ ଚାକିରୀ ପାଇଁ କମ୍ପ୍ୟୁଟର ଶିକ୍ଷାର ଆବଶ୍ୟକତା ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରିବ ବୋଲି ଜଣାପଡିଛି । ଏହି କାର୍ଯ୍ୟକ୍ରମରେ କମ୍ପ୍ୟୁଟର କେନ୍ଦ୍ରର ସମସ୍ତ ପୁରାତନ ଓ ନୂତନ ଭାବେ ନାମ ଲେଖାଇଥିବା ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.