jayashree

ଟିପି ଡବ୍ଲୁଓଡିଲ ଦ୍ୱାରା ଜିରୋ ହାର୍ମ କାର୍ଯ୍ୟକ୍ରମର ଶୁଭାରମ୍ଭ

କଂଟାବାଂଜି, (ଗୁରୁଦୟାଲ ହଂସ) : ଟାଟା ପାୱାର ପଶ୍ଚିମ ଓଡିଶା ବିଦ୍ୟୁତ୍‌ ବଂଟନ ଲିମିଟେଡ ବଲାଙ୍ଗିର ଜିଲ୍ଲା କଂଟାବାଂଜି ସବ୍‌ ଡିଭିଜନ ଦ୍ୱାରା ରବିବାର ଦିନ ତୃତୀୟ ଜାତୀୟ ବିଦ୍ୟୁତ୍‌ ସୁରକ୍ଷା ସପ୍ତାହ ଅଭିଯାନର ଶୁଭାରମ୍ଭ କଂଟାବାଂଜି ସେକ୍ସନରୁ କରାଯାଇଛି । ଜୁନ୍‌ ୨୬ ତାରିଖରୁ ଆରମ୍ଭ ହୋଇ ଜୁୁଲାଇ ୨ ତାରିଖ ଯାଏ ହେବାକୁ ଥିବା ଜିରୋ ହାର୍ମ କାର୍ଯ୍ୟକ୍ରମରେ ସମସ୍ତ ବିଦ୍ୟୁତ୍‌ କର୍ମଚାରୀମାନଙ୍କୁ ତାଲିମ ଦିଆଯାଉଛି । ଏହି ତାଲିମ କାର୍ଯ୍ୟକ୍ରମରେ ଟାଟା ପାୱାର ପଶ୍ଚିମ ଓଡିଶା ବିଦ୍ୟୁତ୍‌ ବଂଟନ ଲିମିଟେଡ ଅଧିନରେ କାର୍ଯ୍ୟରତ ସମସ୍ତ ଲାଇନମ୍ୟାନ, ହେଲ୍‌ପର୍‌ମାନଙ୍କୁ ଟ୍ରାନ୍ସଫର୍ମର ମ୍ୟାଂଟେନାନ୍ସ, ଏ.ବି.ସ୍ୱିଚ ମରାମତି, କେବୁଲ ସଂଯୋଗ, ଢିଲା ବିଦ୍ୟୁତ୍‌ ସଂଯୋଗ ଏଡାଇବା, ବୈଦ୍ୟୁତିକ ଅଗ୍ନିକୁ କିପରି ନିବାରଣ କରିବା ସହ ୩୩ କେ.ଭି, ଓ ୧୧ କେ.ଭି. ତାର ଉପରେ ଯାଇଥିବା ଗଛ ଲତାକୁ କିପରି କାଟିବା ସେ ଉପରେ ତାଲିମ ଦିଆଯାଇଛି । ରବିବାର ଦିନର ତାଲିମ କାର୍ଯ୍ୟକ୍ରମ ସ୍ଥାନୀୟ ବେହେରା ଛକ, ଆଶ୍ରମପଡା, ଜେଏମଜେ ସ୍କୁଲ ତଥା ୩୩/୧୧ ଗ୍ରୀଡ ପରିସରରେ ବ୍ରେକ ଡାଉନ ଇଂଜିନିୟର ଅଜୟ ବେହେରା, ବ୍ରେକ ଡାଉନ ଇଂଜିନିୟର ସବିର କୁମାର ପଣ୍ଡା, ଲାଇନମ୍ୟାନ ଟଙ୍କା ଠେଲା, ସୁଶାନ୍ତ ଭୋଇ, ଉତମ ପ୍ରଧାନ, ଜଗଦିଶ ଠେଲା, କୁଲମଣି ବାଗ ସହ ଅନ୍ୟ କର୍ମଚାରୀମାନଙ୍କୁ ତାଲିମ ଦିଆଯାଇଛି ।

Leave A Reply

Your email address will not be published.