oom

ପାଞ୍ଚଗୋଟି ପ୍ରକଳ୍ପର ଶୁଭ ଉଦ୍‌ଘାଟନ କଲେ ବିଧାୟକ ସରୋଜ

jsmm

ପାଟଣାଗଡ଼, (କେପିଏନ୍‌ଏସ୍‌) : ପାଟଣାଗଡ଼ ବିଧାୟକ ସରୋଜ ମେହେର ବେନ୍ଦେର ପଞ୍ଚାୟତର ବିଜେଡି ସକ୍ରିୟ କାର୍ଯ୍ୟକର୍ତ୍ତାମାନଙ୍କ ସହିତ ଏକ ବୈଠକରେ ବିଜେଡିକୁ ତୃଣମୂଳ ସ୍ତରରେ ଆହୁରି ବଳିଷ୍ଠ କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନହିତକର ପଦକ୍ଷେପ ସଂପର୍କରେ ଲୋକଙ୍କୁ ଅବଗତ କରିବା ନିମନ୍ତେ ଆଲୋଚନା କରିଛନ୍ତି । ଅନ୍ୟପକ୍ଷରେ ଏହି ଅବସରରେ ବିଜେପିର ଜଣେ ସକ୍ରିୟ କାର୍ଯ୍ୟକର୍ତ୍ତା ବିଜେଡିରେ ଯୋଗଦାନ କରିଥିବା ବେଳେ ତାଙ୍କୁ ବିଧାୟକ ଶ୍ରୀ ମେହେର ସ୍ୱାଗତ ଜଣାଇଛନ୍ତି । ପୁଣି ପାଟଣାଗଡ ଏନ୍‌ଏସିର ପାଞ୍ଚଗୋଟି ପ୍ରକଳ୍ପର ଶୁଭ ଉଦ୍‌ଘାଟନ ହୋଇଛି ବିଧାୟକ ଶ୍ରୀ ମେହରଙ୍କ ଦ୍ୱାରା । ମହରାପଦର ସ୍କୁଲକୁ ମଧ୍ୟ ପରିଦର୍ଶନ କରିଛନ୍ତି ବିଧାୟକ ସରୋଜ ।

jittmm
Leave A Reply

Your email address will not be published.