oom

ମହାରାଜ ବିରମିତ୍ରୋଦୟ ସିଂହ ଦେବଙ୍କ ୮୮ତମ ଶ୍ରାଦ୍ଧ ଦିବସ ପାଳିତ

jsmm

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଓଡିଆ ଭାଷା ଭିତ୍ତିକ ଓଡ଼ିଶା ରାଜ୍ୟ ଗଠନରେ ସୋନପୁର ମହାରାଜା ବୀରମିତ୍ରୋଦୟ ସିଂହଦେବଙ୍କ ଅବଦାନକୁ ଅସ୍ୱୀକାର କରାଯାଇ ନପାରେ । ସେହି ସମୟରେ ସବୁ କ୍ଷେତ୍ରରେ ସାମଗ୍ରିକ ବିକାଶ ପାଇଁ ମହାରାଜା ପୂର୍ଣ୍ଣ ସହଯୋଗ ଯୋଗାଇ ଦେଇଥିବା କଥା ଇତିହାସ ପୃଷ୍ଠାରୁ ଜଣାଯାଏ । ଆମ ଜିଲ୍ଲା ତଥା ଓଡ଼ିଶାର ଶିକ୍ଷା କ୍ଷେତ୍ରରେ ମଧ୍ୟ ତାଙ୍କର ଅବଦାନ ଚିର ସ୍ମରଣୀୟ । ଆଜି ୨୯ ଅପ୍ରେଲ ତାଙ୍କ ୮୮ତମ ଶ୍ରାଦ୍ଧ ଦିବସରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଛକରେ ଥିବା ସେହି ମହା ମନୀଷୀଙ୍କ ପ୍ରତିମୂର୍ତ୍ତିରେ ଧୂପ ଦୀପ ଓ ପୁଷ୍ପମାଲ୍ୟ ପ୍ରଦାନ ପୂର୍ବକ ସାମୁହିକ ଶ୍ରଦ୍ଧାସୁମନ ଅର୍ପଣ ସହ ସ୍ମୃତି ଚାରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମ ଅବସରରେ ଅତିରିକ୍ତ ଜିଲ୍ଲାପାଳ ସୁବର୍ଣ୍ଣପୁର ଅଞ୍ଜଳିନା ପଧାନ ଓ ପୌର ପରିଷଦ ନିର୍ବାହୀ ଅଧିକାରୀ ଋଷି ମାଝୀଙ୍କ ସହ ଜିଲ୍ଲାର ବୁଦ୍ଧିଜୀବୀ, ନାଗରିକ, ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା, ସାମ୍ବାଦିକ ପ୍ରମୁଖ ଯୋଗଦାନ କରିଥିଲେ । ସୁବର୍ଣ୍ଣପୁର ଜିଲ୍ଲା ସଚେତନ ନାଗରିକ ମଞ୍ଚ, ମଝିପଡ଼ା ରମଧୂନ କ୍ଲବ ଓ ସ୍ୱଚ୍ଛ ଭାରତ ସଂଗଠନ ମିଳିତ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ସଂଗଠକ ମନୋରଞ୍ଜନ ତ୍ରୀପାଠୀ, ପୀୟୁଷ ପଣ୍ଡା ସଂଯୋଜନା କରିଥିଲେ । କାର୍ଯ୍ୟକ୍ରମ ଅବସରରେ ଗୋପାଳଜୀ ଯୋଗାଳୟର ସଭାପତି ହରି ନାରାୟଣ ଶତପଥି, ଆଇନଜୀବି ପ୍ରଦୀପ ପୁରୋହିତ, ସଚେତନ ନାଗରିକ ମଞ୍ଚର ସଭାପତି ସୀତାଂଶୁ ଶେଖର ମିଶ୍ର, ସ୍ୱଚ୍ଛ ଭାରତ ସଙ୍ଗଠନର ବରିଷ୍ଠ ସଦସ୍ୟ ଇନ୍ଦୁମତି ପୁରୋହିତ, ପ୍ରମୋଦ କୁମାର ସାହୁ, ସାମ୍ୱାଦିକ ରଞ୍ଜନ ବାରିକ, ସୁଶାନ୍ତ ପଣ୍ଡା, ରାମ ଧୁନ କ୍ଲବର ସଂପାଦକ ବିକାଶ ପଣ୍ଡା, ହୃଷୀକେଶ୍ ପଣ୍ଡା, ରାଜ କୁମାର ନାଏକ, ଚନ୍ଦନ ସାହୁ, ଚୈତନ୍ୟ ନାଏକ, ସୁନିଲ ନାଏକ ପ୍ରମୁଖ ଯୋଗ ଦେଇ ମହାରାଜ ସିଂହ ଦେବଙ୍କୁ ଶ୍ରଦ୍ଧାସୁମନ ଜ୍ଞାପନ କରିଥିଲେ ।

jittmm
Leave A Reply

Your email address will not be published.