ଶାନ୍ତିପଡ଼ା ଚନ୍ଦ୍ରଶେଖର ବାବାଙ୍କ ପୀଠରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଶ୍ରାବଣ ମାସ ଦ୍ୱିତୀୟ ସୋମବାର । ଶୈବପୀଠ ଗୁଡ଼ିକରେ ପ୍ରବଳ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି । ଦେବ ଦେବ ମହାଦେବଙ୍କ ଆଶୀର୍ବାଦ କାମନା କରି ଭକ୍ତମାନେ ବ୍ରତ ରଖିଥିବା ବେଳେ ଆଜି ଶାନ୍ତିପଡ଼ା ଚନ୍ଦ୍ରଶେଖର ବାବାଙ୍କ ପୀଠରେ ନିଷ୍ଠାର ସହ ପୂଜା ଅର୍ଚ୍ଚନା ଚାଲିଛି । ଚନ୍ଦ୍ରଶେଖର ବାବାଙ୍କ ସହ ମା’ ପାର୍ବତୀଙ୍କୁ ପୂଜା କରି ନିଜ ନିଜ ମନୋସ୍କାମନା ପୂର୍ଣ୍ଣ ପାଇଁ ଭକ୍ତମାନେ ଭକ୍ତିର ସହ ଧୂପ, ଦୀପ ଦେଇ ପୂଜା କରୁଥିବା ଦେଖିବାକୁ ମିଳିଛି । ୪୧ ବର୍ଷର ଏହି ଶୈବପୀଠରେ ଶୃଙ୍ଖଳା ବ୍ୟବସ୍ଥା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିବା ବେଳେ ଶାନ୍ତି ଶୃଙ୍ଖଳାର ସହ ଭକ୍ତମାନେ ବାବାଙ୍କୁ ଦର୍ଶନ କରୁଥିବା ଦେଖିବାକୁ ମିଳିଛି । ଚନ୍ଦ୍ରଶେଖର ମନ୍ଦିରର ମୁଖ୍ୟ ଟ୍ରଷ୍ଟି ପ୍ରକାଶ ଚନ୍ଦ୍ର କେଜ୍ରିୱାଲ ନିଜେ ଉପସ୍ଥିତ ରହି ସମସ୍ତ ପ୍ରକାର ବ୍ୟବସ୍ଥା କରୁଥିବା ବେଳେ ସ୍ୱେଚ୍ଛାସେବୀମାନେ ନିୟୋଜିତ ରହି ଭକ୍ତମାନଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟବସ୍ଥା କରୁଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.