oom

ଏକାଦଶାହ ଶ୍ରଦ୍ଧାଞ୍ଜଳି : ଜଣେ ନିସ୍କାମ ଓ ନିରୋଳା ସାଧକ ଅଧ୍ୟାପକ ରମାକାନ୍ତ ସା’

jsmm

ସମୟ ତା’ର ପ୍ରତି ବିମ୍ବିତ କାନ୍‌ଭାସ୍‌ରେ ସାଇତି ରଖିଛି ବରଗଡ଼ ଜିଲ୍ଲା କୁଚିପାଲି ଗ୍ରାମର ଅଧ୍ୟାପକ ସ୍ୱର୍ଗତ ରମାକାନ୍ତ ସା’ଙ୍କୁ । ନିରୋଳା ମାନବିକତାର ପ୍ରତିଛବି । ହିଂସା, ପରଶ୍ରୀକାତରତା, ପ୍ରତିଯୋଗୀ ଚିନ୍ତାଧାରାରୁ ବହୁ ଦୂରରେ ଥିଲେ ସେ । ପ୍ରଖର ପ୍ରଜ୍ଞାର ଅଧିକାରୀ, ମେଳାପୀ ତଥା ସରଳ ଜୀବନ ନିର୍ବାହ କରିଥିବା ବିରଳ ମଣିଷ ସିଏ । ବସୁଧୈବ କୁଟୁମ୍ବକମ୍‌ ନୀତିର ମନୋନିବେଶକାରୀ ତଥା ଗାଁକୁ ପ୍ରତି ମୁହୂର୍ତ୍ତରେ ଭଲ ପାଉଥିବା ଅମାୟିକ ମଣିଷଟିଏ । ଶ୍ରଦ୍ଧାଞ୍ଜଳି …. ସେଇ ସ୍ବର୍ଗତ ପ୍ରତିଭା ରାମାକାନ୍ତ ସା’ଙ୍କୁ । ଜୁଗାର ଯାତ୍ରାରେ ପ୍ରସିଦ୍ଧି ଅର୍ଜନ କରିଥିବା ସାଂସ୍କୃତିକ ମାଟି କୁଚିପାଲିରେ ୧୯୭୧ ମସିହାରେ ସେ ଜନ୍ମ ହୋଇ ନିଆରା ଜୀବନ ଅତିବାହିତ କରିଛନ୍ତି । ପ୍ରସିଦ୍ଧ କଳାକାର ତଥା ସମାଜସେବୀ ଶ୍ରୀବତ୍ସ ସା’ଙ୍କ କନିଷ୍ଠ ସନ୍ତାନ ଥିଲେ ରମାକାନ୍ତ । ତାଲପାଲି ଓ ପରେ ଜମ୍‌ଲା ମହାବିଦ୍ୟାଳୟରେ ଓଡିଆ ଅଧ୍ୟାପକ ଭାବରେ କର୍ମକୟ ଜୀବନ ଅତିବାହିତ କରିଛନ୍ତି । ପଦ୍ମପୁର ସରସ୍ବତୀ ବିଦ୍ୟାମନ୍ଦିର ପରିଚାଳନା କମିଟି ଉପାଧ୍ୟକ୍ଷ ସମେତ ଅନେକ ପଦ ପଦବୀରେ ସଂଗଠାନିକ ଦାୟିତ୍ୱ ଗ୍ରହଣ ନେଇଥିଲେ । ଶିକ୍ଷକତାକୁ ପେଷା ଭାବରେ ଖାଲି ନେଇ ନ ଥିଲେ, ବରଂ ସମାଜକୁ ଜୀବନ ଦର୍ଶନର ଅମାୟିକ ମନ୍ତ୍ରରେ ମନ୍‌ନ୍ତନ୍ତ୍ରାୟିତ କରୁଥିଲେ । ଗ୍ରାମାଭିମୁଖୀ ମାନସିକତା ରଖି ଗାଁର ମାଟି, ପାଣି, ପବନ ପଲ୍ଲୀ ପ୍ରକୃତି ଭିତରେ ସେ ଖୋଜିଛନ୍ତି ଜୀବନ ଦର୍ଶନର ନିଆରା ଦିଗକୁ। କର୍ତ୍ତବ୍ୟନିଷ୍ଠ ଶିକ୍ଷାପ୍ରେମୀ, ଛତ୍ରବତ୍ସଳ ଅଧ୍ୟାପକ, ଜଣାଶୁଣା ସାହିତ୍ୟକ, ସିଦ୍ଧ କଳା ପ୍ରେମୀ ଭାବରେ ସେ ପରିଚିତ ଥିଲେ। କୁଚିପାଲି ଜୁଗାର ସାହିତ୍ୟ ସଂସଦର ସକ୍ରିୟ କର୍ମକର୍ତ୍ତା ଥିଲେ । କାଳୀପୂଜା ଜୁଗାର ଯାତ୍ରାରେ ପ୍ରତିବର୍ଷ ତାଙ୍କ ଘରୁ ମୁଖ୍ୟ ତଥା ପାଟ ଜୁଗାର ବାହାରିଥାଏ, ଯେଉଁ ଥିରେ ପ୍ରତ୍ୟକ୍ଷ ସଂପୃକ୍ତ ପାଇଁ ସେ ବେଶ୍‌ ପରିଚିତ ଥିଲେ ।

ଆଜି ସିଏ ଆମ ସହିତ ନାହାନ୍ତି ସତ, ହେଲେ ରହିଛି ତାଙ୍କର ଆଦର୍ଶ ଏବଂ ଅମ୍ଳାନ ସ୍ମୃତି । ତାକୁ ପାଥେୟ କରିପାରିଲେ, ତାହା ହିଁ ଅମର ଆତ୍ମା ପ୍ରତି ଅସଲ ଶ୍ରଦ୍ଧାଞ୍ଜଳି ହେବ ।

ଅଧ୍ୟାପକ ସୁଶାନ୍ତ କୁମାର ମିଶ୍ର
ସଂପାଦକ, ୬୬୨ କଲେଜ ସଂଘ, ବରଗଡ଼

jittmm
Leave A Reply

Your email address will not be published.