ସାଂଘାତିକ ଅଭିଯୋଗ : ଲାଞ୍ଚ ଦେଇ ନପାରିବାରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଞ୍ଚିତ କରାଗଲା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ଅନ୍ତର୍ଗତ ଜମରତଲା ଗ୍ରାମ ପଞ୍ଚାୟତ ବିରିପାଲି ଗ୍ରାମ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ପଞ୍ଚାୟତର ସରପଞ୍ଚଙ୍କୁ ୧୦ ହଜାର ଟଙ୍କା ଲାଞ୍ଚ ଦେଇ ନପାରିବାରୁ ଘର ଖଣ୍ଡିଏ ପାଇ ପାରିଲେ ନାହିଁ । ସୂଚନା ଅନୁସାରେ ଜମରତଲା ଗ୍ରାମ ପଞ୍ଚାୟତ ବିରିପାଲି ଗ୍ରାମର ତପ‌ସ୍ୱିନୀ ବେହେରା, ଫୁଳଡୁବୁର ଅଦାର ଦୁଇ ଜଣ ଅତ୍ୟନ୍ତ ଗରିବ ପରିବାର ଶ୍ରେଣୀର ଲୋକ ଅଟନ୍ତି ।

ଘର ଖଣ୍ଡିଏ ପାଇବା ପାଇଁ ସରପଞ୍ଚଙ୍କୁ ହାରିଗୁହାରୀ କରି ନୟାନ୍ତ ହୋଇ ପଡିଲେଣି । ସରପଞ୍ଚ ବାବୁ କହୁଛନ୍ତି ଯେ ୧୦ ହଜାର ଦେଲେ ଘର ଦିଆଯିବ । ଏହି ପରି ଭାବରେ ଯେଉଁ ମାନେ ୧୦ ହଜାର ଦେଉଛନ୍ତି ସେମାନେ ଘର ପାଉଛନ୍ତି । ଶ୍ରୀମତୀ ବେହେରା ଓ ଶ୍ରୀ ଅଦାର ଟଙ୍କା ଦେଇ ନପାରିବାରୁ ଘର ପାଇ ପାରିଲା ନାହିଁ । ତେଣୁ ସେ ମାନେ ଏହାକୁ ଭିତ୍ତି କରି ବରଗଡ ଜିଲ୍ଲାପାଳ ତଥା ମୋ ସରକାର ୫ଟି କୁ ଅଭିଯୋଗ କରି ଏହାର ବିହିତ ତଦନ୍ତ କରିବା ପାଇଁ ଦାବୀ କରିଛନ୍ତି ।

Leave A Reply

Your email address will not be published.