ଜିଲ୍ଲା କ୍ରୀଡା ସଂସଦ ତରଫରୁ କେଶବ ଚନ୍ଦ୍ର ମିଶ୍ର ସମ୍ମାନୀତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭାରତୀୟ ମାଷ୍ଟର ଗେମସ୍‌ ଫେଡେରେସନ ତରଫରୁ ସପ୍ତମ ଜାତୀୟ ବର୍ଷିୟାନ ଖେଳକୁଦ ପ୍ରତିଯୋଗୀତା ରାଉରକେଲା ବିର୍ସାମୁଣ୍ଡା ଷ୍ଟଡିୟାମଠାରେ ମାର୍ଚ୍ଚ ୬ରୁ ୯ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଓଡିଶା ଖେଳକୁଦ ଦଳର ପୁର୍ବତନ ଦଳପତି ତଥା ବଲାଙ୍ଗିର ଜିଲ୍ଲା ବାସିନ୍ଦା କେଶବ ଚନ୍ଦ୍ର ମିଶ୍ର ଅଂଶଗ୍ରହଣ କରିଥିଲେ । ଶ୍ରୀ ମିଶ୍ର ଉଭୟ ୧୦୦ ମିଟର ତଥା ୨୦୦ ମିଟର ଦୌଡ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ
ଅଧିକାର କରି ଦୁଇଟି ମେଡାଲ ସହ ପ୍ରମାଣ ପତ୍ର ପାଇ ବଲାଙ୍ଗିରର ଗୌରବ ଆଣିପାରିଛନ୍ତି । ଆଜି ଜିଲ୍ଲା କ୍ରୀଡା ସଂସଦ ତରଫରୁ କାର୍ଯ୍ୟକାରୀ ସଭାପତି ଡ. ଶ୍ରୀକର ମିଶ୍ରଙ୍କ ଅଧ୍ୟକ୍ଷତା ରେ ଏକ ସର୍ମ୍ବଦ୍ଧିନା ସଭାର ଆୟୋଜନ ହୋଇଥିଲା । ଏହି ସଭାରେ ବର୍ଷିୟାନ କ୍ରୀଡାବିତ କେଶବ ଚନ୍ଦ୍ର ମିଶ୍ରଙ୍କୁ ଉପ ସଭାପତି କୃଷ୍ଣଚନ୍ଦ୍ର ମିଶ୍ର, ଜିଲ୍ଲା କ୍ରୀଡାଧିକାରୀ ପରାସର ବାଗ, ପୁର୍ବତନ ବିଧାୟକ ରମାକାନ୍ତ ସେଠ, ଫୁଟବଲ ସଂପାଦକ ଶରତ ନନ୍ଦ ଆଦି ପୁଷ୍ପଗୁଚ୍ଛ ଏବଂ ଉତ୍ତରୀୟ ଦେଇ ସମ୍ମାନୀତ କରିଥିଲେ । କ୍ରୀଡାସଂସଦର ସଦସ୍ୟ ସୁଧିର ପଣ୍ଡା ଓ ବଲାଙ୍ଗିର ପଞ୍ଚାୟତ ସମିତିର ପୁର୍ବତନ ଅଧ୍ୟ୍ୟକ୍ଷ ତଥା ସଦାଇପାଲିର ସମିତି ସଭ୍ୟ ଗୋଲାପ ବାଗ ମଂଚାସୀନ ଥାଇ ସମସ୍ତଙ୍କୁ ଉତ୍ସାହିତ କରିଥିଲେ । ଶେଷରେ କୋଷାଧ୍ୟକ୍ଷ ହେମନ୍ତ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରକାଶ ଥାଉକି ଶ୍ରୀ ମିଶ୍ର ୧୯୮୨ ମସିହାରେ ଏସିଏନ ଗେମସ୍‌ରେ ଯୋଗଦାନ କରିଥିବା ବେଳେ ୨୦୧୭ ମସିହା ମାଲେସିଆରେ
ଅନୁଷ୍ଠିତ ଆର୍ନଜାତୀୟ ବର୍ଷିୟାନ ଖେଳ ପ୍ରତିଯୋଗିତାର ୧୦୦ ମିଟର ଦୌଡରେ ଦ୍ୱିତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ ।

Leave A Reply

Your email address will not be published.