କୁଖ୍ୟାତ ଅପରାଧୀ ସୌମ୍ୟରଞ୍ଜନ ଦାଶଙ୍କୁ ଆକ୍ରମଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ କିଛି ଦିନ ହେଲା ଅପରାଧୀ ସକ୍ରିୟ ହୋଇପଡ଼ିଛନ୍ତି । ଏତିକି ବେଳେ ସହରର କୁଖ୍ୟାତ ଅପରାଧୀ ସୌମ୍ୟରଞ୍ଜନ ଦାଶ ସଂଘବଦ୍ଧ ଆକ୍ରମଣରେ ଗୁରୁତର ହୋଇଥିବା ଜଣାପଡ଼ିଛି । ବୁଧବାର ରାତି ପ୍ରାୟ ୯ଟା ସମୟରେ ମାରଣାସ୍ତ୍ରରେ ସୌମ୍ୟଙ୍କ ଉପରେ ଆକ୍ରମଣ ହୋଇଥିଲା । ଆକ୍ରମଣରେ ସୌମ୍ୟଙ୍କ ମୁହଁ, ହାତ, ଛାତି ଓ ଗୋଡ଼ରେ ଗଭୀର କ୍ଷତ ସୃଷ୍ଟି ହେବା ସହ ତାଙ୍କ ଅବସ୍ଥା ଗୁରୁତର ରହିଥିବା ଦେଖିବାକୁ ମିଳିଛି । ବଲାଙ୍ଗିର ଟାଉନ ପୁଲିସ ମାଲପଡ଼ା ମେଟାକାନୀ ଛକରୁ ଗୁରୁତର ଅବସ୍ଥାରେ ସୌମ୍ୟଙ୍କୁ ଉଦ୍ଧାର କରି ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ୍‌ କଲେଜ ଓ ହସ୍‌ପିଟାଲ୍‌ରେ ଭର୍ତ୍ତିି କରିଛି । ସୂଚନାଯୋଗ୍ୟ ଯେ, ସୌମ୍ୟଙ୍କ ବିରୋଧରେ ଅନେକ ଅପରାଧିକ ମାମଲା ରହିଛି । କୌଣସି କାରଣରୁ ଅନ୍ୟ ଏକ ଅପରାଧୀ ଗୋଷ୍ଠୀ ମାଲପଡ଼ା ମେଟାକାନୀ ଛକରେ ସୌମ୍ୟଙ୍କୁ ସଂଘବଦ୍ଧ ଭାବେ ମାରଣାସ୍ତ୍ରରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ତେବେ କିଏ ଓ କାହିଁକି ସୌମ୍ୟଙ୍କ ଉପରେ ଏଭଳି ମରଣାନ୍ତକ ଆକ୍ରମଣ କରିଛି, ତାହା ଅସ୍ପଷ୍ଟ ରହିଥିବା ବେଳେ ଟାଉନ ପୁଲିସ ମାମଲା ରୁଜୁ କରିଥିବା ସୂଚନା ଦେଇଛନ୍ତି ସଦର ଏସ୍‌ଡ଼ିପିଓ ପ୍ରଦୀପ କୁମାର ସାହୁ ।

Leave A Reply

Your email address will not be published.